ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ସୁପ୍ରିମକୋର୍ଟରେ ପହଞ୍ଚିଛି ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଓ ଚୋରି ମାମଲା। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛି। ଏହା ସହ ଏସଆଇଟିକୁ ମାମଲାର ଯାଞ୍ଚ କରିବାକୁ ରିପୋର୍ଟ ମଧ୍ୟ ମାଗିଛି। କୋର୍ଟ କହିଛନ୍ତି, ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ। ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ବି. ମୋହନଙ୍କ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏସଆଇଟି ଷ୍ଟାଟସ ରିପୋର୍ଟ ମାଗିଛି। କୋର୍ଟ କହିଛନ୍ତି, ଆମେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ଏସଆଇଟି ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛୁ। ଶୁଣାଣି ବେଳେ ଓକିଲ କୋର୍ଟଙ୍କୁ କହିଛନ୍ତି, ଏହି ମାମଲାରେ ଯାଞ୍ଚ ପାଇଁ ଉତ୍ତର ପ୍ରଦେଶ ସରକାର ଏସଆଇଟି ଗଠନ କରିଛନ୍ତି। ଏହା ଉପରେ ସଲିସିଟର ଜେନେରାଲ କହିଛନ୍ତିା, ସେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇଛନ୍ତି। କୋର୍ଟ ତାଙ୍କୁ ଯେତେବେଳେ ପଚାରିଥିଲେ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନୋଟିସ୍ ସ୍ବୀକାର କରିବେ। ଯାହା ଉପରେ ସେ ସହମତି ପ୍ରକାଶ କରିଛନ୍ତି। ତେବେ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ବର୍ତ୍ତମାନ କେବଳ ଟ୍ରଷ୍ଟକୁ ନୋଟିସ୍ ଜାରି କରାଯିବ। ଯାହାକୁ ନେଇ ସେ ସହମତି ପ୍ରକାଶ କରିଥିଲେ। ତେବେ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ କେବଳ ଟ୍ରଷ୍ଟ୍ରକୁ ନୋଟିସ୍ ଜାରି କରାଯାଉଛି। କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଅଲଗା ନୋଟିସ୍ ଜାରି କରାଯିବନି। ଶୁଣାଣି ସମୟରେ, ସଲିସିଟର ଜେନେରାଲ କୋର୍ଟଙ୍କୁ କହିଥିଲେ ଯେ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାର ଏହି ମାମଲାରେ କୋର୍ଟକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ପାଇଁ ଧାର୍ଯ୍ୟ କରିଛନ୍ତି। ସେତେବେଳକୁ, SIT କୋର୍ଟରେ ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ।
