ପୁରୀ(ସତ୍ୟପାଠ ବ୍ୟୁରୋ): ମହାପ୍ରଭୁଙ୍କର ୫ଟି ଟ୍ରେଡ ମାର୍କକୁ ଅନୁମୋଦନ ମିଳିଛି। ଆସନ୍ତା ଟ୍ରେଡ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର , କୋଇଲି ବୈକୁଣ୍ଠକୁ ଟ୍ରେଡ ମାର୍କ ମିଳିଛି। ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି। ଏକ୍ସ ଜରିଆରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
