ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନ । ଆଇନଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀରେ ବ୍ୟାପକ ପୋଲିସ ମୁତୟନ କରଯାଇଛି । ଆଜି ବି ବନ୍ଦ ରହିଛି ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ । କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ କାରଣରୁ ଦିଲ୍ଲୀ ମେଟ୍ରାର ୧୬ଟି ଷ୍ଟେସନ ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜୀବ ଚୌକ, ମଣ୍ଡି ହାଉସ୍ ଏବଂ କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ରହିବ। ଦିଲ୍ଲୀ ମେଟ୍ରୋ ଜୁଲାଇ ୨୩ ପାଇଁ ଏହି ଅପଡେଟ୍ ଜାରି କରିଛି । ଏହା ପୂର୍ବରୁ ଗତକାଲି ଦିନ ମଧ୍ୟ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି ଷ୍ଟେସନଗୁଡ଼ିକ ବନ୍ଦ ରହିଥିଲା । ଆଜି ମଧ୍ୟ ଯାତ୍ରୀମାନଙ୍କୁ ଏହି ନୂଆ ସୂଚନା ଅନୁଯାୟୀ ନିଜର ଯାତ୍ରା କରିବାକୁ ପଡ଼ିବ । ବନ୍ଦ ଥିବା ୧୬ଟି ଷ୍ଟେସନ ମଧ୍ୟରୁ ଅଧିକାଂଶ ଜନ୍ତର ମନ୍ତର ଆଖପାଖ ଅଞ୍ଚଳରେ ଅବସ୍ଥିତ। ମେଟ୍ରୋ ଷ୍ଟେସନଗୁଡ଼ିକ ପୁଣି କେବେ ଖୋଲିବ, ସେନେଇ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।
