ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଆଜି ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ତତ୍କାଳ ପ୍ରଭାବରେ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରିପରିଷଦରୁ ରବନୀତ ସିଂହ ବିଟ୍ଟୁଙ୍କ ଇସ୍ତଫାକୁ ତୁରନ୍ତ ପ୍ରଭାବରୁ ଗ୍ରହଣ କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। ଦଳ ତାଙ୍କୁ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ। ଏହାଛଡ଼ା ସେ ନିଜେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ରବନୀତ ସିଂହ ବିଟ୍ଟୁଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇ ପଞ୍ଜାବ ରାଜନୀତିରେ ସକ୍ରିୟ ଭୂମିକା ପାଇଁ ପଠାଇବାକୁ ଦଳ ବିଚାର କରୁଛି ।
