ସୁନ୍ଦରଗଡ଼(ସତ୍ୟପାଠ ବ୍ୟୁରୋ): ସୁନ୍ଦରଗଡ଼ କୋଇଡ଼ାରେ ଲଜ୍ଜା। ବାହୁଡ଼ା ଯାତ୍ରା ଦେଖି ଫେରିବାବେଳେ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୪ ତାରିଖରେ ଘଟିଛି ଏ ଲଜନକ ଘଟଣା । କୋଇଡ଼ା ଖଣି ଅଞ୍ଚଳର ୨ ନାବାଳିକା ମିଶି ବାହୁଡ଼ା ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ସରିବା ପରେ ରାତି ପ୍ରାୟ ୯ଟା ବେଳେ ଫେରୁଥିବାବେଳେ ଦୁଇ ଯୁବକ ନାବାଳିକା ଦୁଇଜଣଙ୍କୁ ବାଇକ୍‌ରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।