ଯାଜପୁର(ସତ୍ୟପାଠ ବ୍ୟୁରୋ): ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଏହାରି ଭିତରେ ଖରାସ୍ରୋତା ନଦୀରେ ଗାଧୋଇବାବେଳେ କୁମ୍ଭୀର ଜଣଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଦେବିଲ ଗାଁର ନିକଟ ଦେଇ ବୋହି ଯାଇଥିବା ଖରସ୍ରୋତା ନଦୀରେ ଗାଁର ଜଣେ ବ୍ୟକ୍ତି ଗାଧୋଉଥିଲେ। ୫୨ ବର୍ଷୀୟ ବ୍ୟକ୍ତି ଜଣଙ୍କ ଗାଧୋଇବା ବେଳେ ହଠାତ୍ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା। ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତି ଜଣଙ୍କୁ ଖୋଜାଖୋଜି କରୁଛନ୍ତି। ସେପଟେ ଯାଜପୁର ବୁଢ଼ା ନଦୀର ଶାଖା ଯମୁନା ନାଳ ବର ମୁଣ୍ଡା ଛକ ଘୋଷରା ପୋଲ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। ଯାହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ଲୋକେ।
