ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆସନ୍ତାକାଲି ଗଞ୍ଜାମ ଯିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ତପ୍ତପାଣି ପୀଠରେ ମା କନ୍ଧୁଣି ଦେବୀଙ୍କ ଦର୍ଶନ କରିବେ । ଏଥିନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଡ଼ାକଡ଼ି ହୋଇଛି । ପାଖାପାଖି ୫୦ ପ୍ଲାଟୁନ ଫୋର୍ସ ଏଥିପାଇଁ ନିୟୋଜିତ ହେବେ ।

ତପ୍ତପାଣି ପୀଠରେ ରାଷ୍ଟ୍ରପତି ବୁଡ଼ ପକେଇବା ସହ ପୂଜାର୍ଚ୍ଚନା କରିବେ। ରାତିରେ ଆର୍ମି ଏଡି କଲେଜରେ ରାତ୍ରିଯାପନ ପରେ ଭୁବନେଶ୍ୱର ଫେରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ତପ୍ତପାଣି ପୀଠ ସହିତ, ଆର୍ମି ଏଡି କଲେଜ ଫେରିବା ରାସ୍ତାକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଯାନବାହାନ ଚଳାଚଳ ନେଇ କଟକଣା ଜାରି ହୋଇଛି ।