କେନ୍ଦ୍ରାପଡା, (ସତ୍ୟପାଠ ବ୍ୟୁରୋ)- ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ନଦୀକୂଳରେ ଚପଲ, ବାଲ୍ଟି, ଓ ବ୍ରଶ ପଡି ଥିବାବେଳେ ତାଙ୍କର ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତlରେ ଖୋଜାଖୋଜି ଜାରି ରହିଛି l ନିଖୋଜ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳପୁଆ ପଂଚାୟତ ଦାମୋଦର ପାଟଣାର ସୁଚିତ୍ରା ଦାସ। ଆଜି ସକାଳୁ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ସୁଚିତ୍ରା। ନଦୀକୂଳରେ ଚପଲ, ବାଲ୍ଟି, ଓ ବ୍ରଶ ପଡି ଥିବାବେଳେ ତାଙ୍କର ପତ୍ତା ମିଳିନାହିଁ। ଭରା ନଈଥିବାବେଳେ ଗୋଡ଼ ଖସି ଯାଇଛି କିମ୍ବା କୁମ୍ଭୀର ଟାଣି ନେଇଛି ସେନେଇ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ବଢ଼ିଛି।
ବର୍ତ୍ତମାନ ବନ୍ୟା ସ୍ଥିତିରେ ବ୍ରାହ୍ମଣୀର ଉପର ମୁଣ୍ଡରେ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳୁଛି l ବନ ବିଭାଗର ବାରମ୍ବାର ସଚେତନତା ସତ୍ତ୍ୱେ ନଦୀକୁ ବେପରୁଆ ଭାବେ ଲୋକମାନେ ଯାଉଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି ।
