ରାଉରକେଲା,(ସତ୍ୟପାଠବ୍ୟୁରୋ)- ବାଲି ମାଫିଆଙ୍କ ଆକ୍ରମଣରେ ଜଣେ ଖଣି ଅଧିକାରୀ ଆହତ ହୋଇଛନ୍ତି । ଆହତ ଅଧିକାରୀ ହେଲେ ମନୋଜ ରୋହି। ରାଉରକେଲା ରିଙ୍ଗରୋଡ଼ରେ ଖଣି ବିଭାଗ ଅଧିକାରୀ ମନୋଜ ରୋହି ଦାସ ଅନ୍ୟ କର୍ମଚାରୀଙ୍କ ସହ ଏକ ଚୋରା ବାଲି ଗାଡି ଦୁଇଟିକୁ ଅଟକାଇ ଥିଲେ । ତେବେ ଏସ୍କଟରେ ଥିବା ବାଲି ମାଫିଆ କୋଏଲ ନଗରର କେଦାର ପ୍ରିୟ ଦର୍ସି ବାରିକ ଏବଂ ସେକ୍ଟର ୭ର ଦୀପକ କୁମାର ବିହାରୀ ଲୁହା ରଡ, ବାଡ଼ି, ଛୁରୀରେ ସମ୍ପୃକ୍ତ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅଧିକାରୀ ପଳାଇ ଆସି ଏନେଇ ଥାନାରେ ଅଭିଯୋଗ କରିଥିଲେ। ଉଦିତ ନଗର ପୋଲିସ ଦୀପକ କୁମାର ଗୁପ୍ତାକୁ ଗିରଫ୍ କରି ଗାଡି ଜବତ କରିଛି। ଗାଡ଼ିର ପଞ୍ଜୀକରଣ ମଧ୍ୟ ଖାରଜ କରାଯାଇଛି।