ରାୟଗଡ଼ା,(ସତ୍ୟପାଠ ବ୍ୟୁରୋ): ଭୁଲ ଇଞ୍ଜେକ୍ସନ ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ େହାଇଛି। ମୃତକ ହେଲେ ଚାନ୍ଦିଲି  ଥାନା ଅନ୍ତର୍ଗତ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର (୫୪) I ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମେଡିସିନ େଷ୍ଟାରର କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅଟକ ଥିବା କର୍ମଚାରୀ ଜଣଙ୍କ ହେଲେ ଏ କେ ଭତ୍ରା।

ସୂଚନାରୁ ଜଣାପଡିଛି ମୃତ ବିଦିଆ କୁମାରଙ୍କୁ କିଛି ଦିନ ହେଲା ଥଣ୍ଡା ଜ୍ୱର ହୋଇଥିଲା I ଔଷଧ ଖାଇ ଭଲ ନ ହେବାରୁ ଗତକାଲି ଚାନ୍ଦିଲି ଅଞ୍ଚଳର ଗୋଟିଏ ମେଡ଼ିସିନ ଷ୍ଟୋରକୁ ଯାଇଥିଲେI ସେଠାରେ ଜଣେ କାର୍ଯ୍ୟରତ କର୍ମଚାରୀ ଏ କେ ଭତ୍ରା ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ I ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା ଏବଂ ସେ ଗୁରୁତର ହୋଇ ପଡ଼ିଥିଲେ I ଗୁରୁତର ଅବସ୍ଥାରେ ବିଦିଆଙ୍କୁ ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ େସଠାରେ ତାଙ୍କୁ ମୃତ େଘାଷଣା କରିଥିଲେ। ଏ ନେଇ ପରିବାରବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ପରେ ଚାନ୍ଦିଲି ପୋଲିସ ମେଡ଼ିସିନ ଷ୍ଟୋରରେ ଇଞ୍ଜେକ୍ସନ୍ ଦେଇଥିବା ଏ କେ ଭତ୍ରାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା  ଜଣାପଡିଛି I