ବରଗଡ଼ (ସତ୍ୟପାଠ ବ୍ୟୁରୋ): ଡକାୟତି କରିବା ପାଇଁ ପଶିଥିଲେ ୟୁକୋ ବ୍ୟାଙ୍କରେ। ସାଙ୍ଗରେ ରହିଥିଲା ପିସ୍ତଲ ସହିତ ବିଭିନ୍ନ ମାରଣାସ୍ତ୍ର। ହେଲେ  ଠିକ୍‌ ସମୟରେ ପହଞ୍ଚି ଯାଇଥିଲା ପୋଲିସ। ପୋଲିସକୁ େଦଖି ଦୌଡ଼ି ଯିବାକୁ ଉଦ୍ୟମ କରୁଥିବା େବଳେ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଅତାବିରା େପାଲିସ। ଅପରପକ୍ଷରେ ଘଟଣାସ୍ଥଳରେ ଅତାବିରା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ କରୁଛି। ସିସିଟିଭି ଫୁଟେଜ୍ ସମେତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବାରୁ ସବିଶେଷ ତଥ୍ୟ ହସ୍ତଗତ େହାଇ ନାହିଁ। ଖବର େଲଖା େହବା ସୁଦ୍ଧା ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡାସ୍ଥିତ ୟୁକୋ ବ୍ୟାଙ୍କରେ ଦୁର୍ବୃତ୍ତମାନେ ବ୍ୟାଙ୍କର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଲୁଟ୍‌ କରିବାକୁ ଉଦ୍ୟମ କରୁଥିବା େନଇ େପାଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଅତାବିରା ପୋଲିସ ଘଟଣାସ୍ଥଳରେ ଚଢ଼ଉ କରି ବରଗଡ଼ ଚକରକେନ୍ଦ ଅଞ୍ଚଳରୁ ୩ଜଣ ସନ୍ଦିଗ୍ଧ କାବୁ କରିଥିଲା। ପରେ ସେମାନଙ୍କୁ ଥାନାକୁ ଅାଣି ପଚରାଉଚରା କରୁଥିବା ସୂଚନା ମିଳିଛି। ଏଥିସହ ସନ୍ଦିଗ୍ଧମାନେ ବ୍ୟବହାର କରିଥିବା ଏକ ଇଣ୍ଡିଗୋ କାରକୁ ମଧ୍ୟ ଗ୍ରାମରେ ଅଟକ ରଖାଯାଇଛି।