ଭୁବନେଶ୍ବର (ସତ୍ୟପାଠବ୍ୟୁରୋ): ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେ ମୃତ ସୌମ୍ୟଙ୍କ ବାପା। ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ପାଇଁ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ଜଣାଇଛନ୍ତି । ଆପରାଧିକ ଷଡ଼ଯନ୍ତ୍ର ଏବଂ ଭିଡ଼ ହିଂସା ଦଫା ଲଗାଇ ତଦନ୍ତ କରିବାକୁ ପୋଲିସକୁ ପୁନର୍ବାର ଅବଗତ କରିଛନ୍ତି ।
ସୌମ୍ୟରଞ୍ଜନ ମାମଲାରେ ତଦନ୍ତକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ପରିବାର । ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟ ମାମଲା ସମ୍ପର୍କିତ କିଛି ନୂଆ ତଥ୍ୟ କ୍ରାଇମବ୍ରାଞ୍ଚରେ ଦାଖଲ କରାଯାଇଥିବା ସୌମ୍ୟଙ୍କ ବାପା କହିଛନ୍ତି । ଏହାସହ ଘଟଣା ଦିନ ନୀରବଦ୍ରଷ୍ଟା ସାଜିଥିବା କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ମାମଲାରେ ତଦନ୍ତକାରୀ ଅଫିସରଙ୍କୁ ପରିବର୍ତ୍ତନ କରିବା ସହ ଅନ୍ୟ ଦଫା ଯୋଡ଼ି ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ।
