ରାଉରକେଲା,(ସତ୍ୟପାଠବ୍ୟୁରୋ): ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳସ୍ଥ ଗୋପବନ୍ଧୁପାଲି ଅଞ୍ଚଳରୁ ପୁଣି ଦେଶୀ ବନ୍ଧୁକ ଜବତ ହୋଇଛି। ବନ୍ଧୁକ ଧରି ବୁଲୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ‌ ହେଲେ ବିହାରର ମୂଳବାସିନ୍ଦା ତଥା ଗୋପବନ୍ଧୁପାଲି ନୂଆବସ୍ତିର ଚନ୍ଦନ ଯାଦବ(୨୫)। ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। ଚନ୍ଦନ ନାମରେ ପ୍ଲାଣ୍ଟ ସାଇଟ୍ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଚନ୍ଦନ ୟାଦବକୁ ଗିରଫ୍ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।