ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଫୋନ୍‌ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟବସାୟ-ପ୍ରତିରକ୍ଷା, ସହ ଅନ୍ୟ ଦ୍ବିପାକ୍ଷୀକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ଉଭୟ ନେତା । ଏଥି ସହିତ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଏବଂ ସୁରକ୍ଷା ଦିଗରେ କାମ କରିବା ପାଇଁ ସହମତ ହୋଇଛନ୍ତି ମୋଦି ଓ ଟ୍ରମ୍ପ୍ । ଏନେଇ ପ୍ରଧାନମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ୍‌ କରି ସୂଚନା ଦେଇଛନ୍ତି।  ଆମେରିକା ସହ ଆମେ ବ୍ୟାପକ ବୈଶ୍ବିକ ରଣନୀତିକ ସହଭାଗିତାକୁ ଆଗକୁ ନେବା ପାଇଁ ନିବିଡ଼ ଭାବେ କାମ ଜାରି ରଖିବା ବାଇଁ ରାଜି ଅଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।