କେନ୍ଦ୍ରରେ ୭ ବର୍ଷ ପୁର୍ତ୍ତି ଅବସରରେ ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳରେ ବିଜେପି କୋଭିଡ଼ କିଟ୍ ବଣ୍ଟନ କରିବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ସାତ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ରବିବାର ଦିନ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ମାସ୍କ, ସାନିଟାଇଜର ଏବଂ ଇମ୍ୟୁନିଟି ବଢାଇବା ମେଡିସିନ ବାଣ୍ଟିବା ପାଇଁ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ସମୟରେ କୌଣସି ସଭା କିମ୍ବା ରାଲି ଆୟୋଜନ ନକରି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଦଳ ନିଷ୍ପତ୍ତି ନେଇଛି। ରକ୍ତଦାନ ଶିବିର ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ କୋଭିଡ ଟୀକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏକ ଅଭିଯାନ ଆରମ୍ଭ କରିବାକୁ ବିଜେପି ଯୋଜନା କରିଛି ଯେଉଁଠାରେ ରାଜ୍ୟ ସରକାର ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଅଭିଯାନ ଆରମ୍ଭ କରିସାରିଛନ୍ତି। ଗ୍ରାମୀଣ ପ୍ରସାର ଅଭିଯାନର ସଂଯୋଜନା କରୁଥିବା ବିଜେପି ନେତା ଗୋବିନ୍ଦ ନାରାୟଣ ଶୁକ୍ଲା ଗଣମାଧ୍ୟମକୁ କହିଛନ୍ତି, “ଆମେ ରବିବାର ଦିନ ସାରା ରାଜ୍ୟରେ ଅତି କମରେ 20,000 ଗାଁରୁ ସ୍ବାବ ସଂଗ୍ରହ କରିବୁ। ମାସ୍କ ଏବଂ ଇମ୍ୟୁନିଟି ବଢାଇବା ଭଳି କୋଭିଡ୍ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯିବ ଏବଂ ଗ୍ରାମଗୁଡିକ ମଧ୍ୟ ସାନିଟାଇଜ କରାଯିବ। ଆମେ ଗାଁର ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବୁ। ” ଦଳର ସମସ୍ତ ସାଂସଦ, ବିଧାୟକ ଏବଂ ମନ୍ତ୍ରୀଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ରହିବାକୁ ଏବଂ ରବିବାର କାର୍ଯ୍ୟକ୍ରମରେ ଭାଗ ନେବାକୁ କୁହାଯାଇଛି।

Related Posts