(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ତାଙ୍କୁ ତାଙ୍କ ଘରୁ ଉଠାଇ ନେଇଛି ଖୋର୍ଦ୍ଧା ପୁଲିସ। ମାନସ ଦାସଙ୍କ ବିରୋଧରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଭଳି ସଙ୍ଗୀନ ମାମଲା ରହିଛି । ଖୋର୍ଦ୍ଧାର ଏତ ସ୍ୱତନ୍ତ୍ର ଟିମ ମାନସଙ୍କୁ ଗିରଫ କରିଥିବା ସୂଚନା ମିିଳିଛି । ବାପା-ପୁଅଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ମାନବବାଦ ସଙ୍ଗଠନ ବିବାଦ ଘେରକୁ ଆସିଥିଲେ।
ଏହା ପରେ ପରେ ଏହି ସଙ୍ଗଠନରର ମୁଖ୍ୟ ମାନସ ଦାସ ମଧ୍ୟ ବିବାଦ ଘେରକୁ ଆସିଥିଲେ। ସେବେଠାରୁ ତାଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ଉଠିଥିଲା । ତାଙ୍କର ଗୋଟିଏ ପରେ ଗୋଟିଏ କଳାକାରନାମା ସାମ୍ନାକୁ ଆସିଥିଲା । ଶେଷରେ ଆଜି ପୋଲିସ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗରିଫ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ଆଜି ବି ମାନସଙ୍କ ବିରୋଧରେ ଆଉ ଏକ ଏଫଆଇଆର ହୋଇଥିଲା । ଖୋର୍ଦ୍ଧା ବୋଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ମାନସ । ସଂଗଠନ ନାଁରେ ନୀରିହ ଆଦିବାସୀଙ୍କ ଉପରେ ଚଳାଇଥିଲା ଅତ୍ୟାଚାର । ତାଙ୍କ ବିରୋଧରେ
ତାଙ୍କ ସଙ୍ଗଠନର ନିୟମ ମାନିବାକୁ ଲୋକଙ୍କୁ ବାଧ୍ୟ କରାଯାଉଥିଲା।ଯିଏ ଏହି ନିୟମକୁ ମାନୁନଥିଲେ, ସେମାନଙ୍କୁ ନିଆଯାଉଥିଲା ଅକଥନୀୟ ନିର୍ଯାତନା ଦିଆଯାଉଥିଲା।