ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ

ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ | ଛତିଶଗଡ଼ ମେନପୁର ଡିଭିଜନର ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା |

ଛତିଶଗଡ଼ର କୋଣ୍ଡଗାଁ ଜିଲ୍ଲାର ହନମୁଣ୍ଡି ଗ୍ରାମର ମାନସୟା ମରେଇଙ୍କ ଝିଅ କମଲେଶ୍ୱରୀ ୨୦୧୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ। ସେ ମାଓବାଦୀ ସଂଗଠନରେ ଜଣେ ଶିକ୍ଷିତ ସଦସ୍ୟା ଥିଲେ, ଯିଏକି ମାଓବାଦୀମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେ ମେନପୁର ଡିଭିଜନର ଏଲଜିଏସ୍ ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି |

Related Posts