ଆଜିଠୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲଫିନ୍ ଗଣନା | ଧାମରାଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଉପକୂଳରେ ଡଲଫିନ୍ ଗଣନା ହେବ । ଏଥିପାଇଁ ୯ଟି ଟିମ ଗଠନ କରାଯାଇଛି ।

ପ୍ରତି ଟିମରେ ୩ରୁ ୫ଜଣ ଗଣନାକାରୀ ସାମିଲ ହୋଇଛନ୍ତି ।

ସମୁଦ୍ର ମଧ୍ୟରେ ୫ଟି ଟିମ୍ ଏବଂ ନଦୀ ଓ କ୍ରିକରେ ୪ଟି ଟିମ୍ ଡଲଫିନ ଗଣନା କରିବେ । ଡଲଫିନ୍ ଗଣନାରେ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ୍ ଆଦି ବ୍ୟବହାର କରାଯାଉଛି ।

ପ୍ରତିଦିନ ସକାଳ ୬ଟାରୁ ୧୨ଟା ଯାଏ ଗଣତି ଚାଲିବ । ଭିତରକନିକା ସଂଲଗ୍ନ ନଦୀ, କ୍ରିକ ଓ ସମୁଦ୍ରରେ ୫ଟି ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ୨୦୧୫ରୁ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଗତବର୍ଷ ମୋଟ ୩୪୨ଟି ଡଲଫିନ ଗଣନା କରାଯାଇଥିଲା ।