ଅସହ୍ୟ ଜାଡ଼ରେ ଏବେ ଅସ୍ତବ୍ୟସ୍ତ ଜନଜୀବନ | ଫଳରେ ପଞ୍ଜାବ ସରକାର ସ୍କୁଲ ବନ୍ଦ କରିବା ନେଇ ନିଷ୍ପତି ନେଇଛନ୍ତି | ରାଜ୍ୟ ଶିକ୍ଷା ବିଭାଗ ଅତ୍ୟଧିକ ଶୀତକୁ ନଜରରେ ରଖି ସମସ୍ତ ସ୍କୁଲକୁ ଡିସେମ୍ୱର ୨୪ରୁ ୩୧ ଡିସେମ୍ୱର ଯାଏ ଛୁଟି ଘୋଷଣା କରିଛନ୍ତି।
ତେବେ ଏହି ନିୟମ ପାଳନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ପଞ୍ଜାବରେ ଶୁକ୍ରବାର ଠାରୁ ହଟାତ ଶୀତ ବଢିବାରେ ଲାଗିଛି। ଏହା ବ୍ୟତୀତ ଓମିକ୍ରନ ସଂକ୍ରମଣର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟସରକାର ଚିନ୍ତାରେ ପଡ଼ିଛନ୍ତି । ଏହି ମାମଲାକୁ ନେଇ ସୋମବାର ରାଜ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏକ ବୈଠକ କରିଥିଲେ। ବୈଠକରେ ଓମିକ୍ରନ ସଂକ୍ରାନ୍ତୀୟ ଆଲୋଚନା କରିବା ସହ ଶୀତର ପ୍ରକୋପ ଯୋଗୁ ସ୍କୁଲ ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଛି।
