ମଣିପୁରର ଇମ୍ଫାଲରେ ଭୂକମ୍ପ

ଥରିଲା ମଣିପୁରର ଇମ୍ଫାଲ | ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଇମ୍ଫାଲରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୪ କିଲୋମିଟର ରହିଥିଲା । ଏହାର ଅକ୍ଷାଂଶ ୨୫.୦୭ ହୋଇଥିବାବେଳେ ଦ୍ରାଘିମା ୯୩.୪୮ ରହିଛି ।

ତେବେ ଏବେ ସୁଦ୍ଧା ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ, ଏହାପୂର୍ବରୁ ମଣିପୁରର ମୋଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ, ଅକ୍ଟୋବର ୧୬ରେ ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିଲା ।

Related Posts