ଲୁଧିଆନା କୋର୍ଟ ବ୍ଲାଷ୍ଟ ଘଟଣା: ମାଷ୍ଟରମାଇଣ୍ଡ ଯଶବିନ୍ଦର ଗିରଫ

ପଞ୍ଜାବରେ ଅବସ୍ଥିତ ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟଣାରେ ପୋଲିସ କୁ ମିଳିଛି ସଫଳତା | ମାଷ୍ଟମାଇଣ୍ଡକୁ ଗିରଫ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନୀଙ୍କୁ ଜର୍ମାନରୁ ଗିରଫ କରାଯାଇଛି । ଭାରତ ସରକାର ଜର୍ମାନୀ ସରକାରଙ୍କୁ ନିବେଦନ କରିଥିଲେ । ସୂଚନାନୁସାରେ, ମୁଲତାନୀ ISI ର ନିର୍ଦ୍ଦେଶରେ କାମ କରୁଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ଦିନ କୋର୍ଟ ପରିସରରେ ବିସ୍ଫୋରଣର ଏକ ଘଟଣା ଘଟିଥିଲା ଯେଉଁଥିରେ ଜଣଙ୍କର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଥିଲେ । କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିଲା |

Related Posts