ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବିଦ୍ରୋହୀ ବିଜେପି ବିଧାୟକ ବିନୟ ଶକିଆଙ୍କ ଝିଅ ରିୟା ଶାକା ପୁଣିଥରେ ଚର୍ଚ୍ଚାରେ । ନିଜ ତଥା ଭାଇଙ୍କ ସୁରକ୍ଷା ଦାବି କରି ରିୟା ଏସପି ନିକଟକୁ ଚିଠି ଲେଖିଥିବାର କଥା ସାମ୍ନାକୁ ଆସିଛି । ତେବେ ବିଧାନସଭା ନିର୍ବାଚନ କୋଣ ଅନୁକୋଣରେ ଥିବାରୁ ସେ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ରାଜନୀତିରେ ପ୍ରବେଶ କରିବେ । ତେଣୁ ତାଙ୍କୁ ଏବଂ ତାଙ୍କ ଭାଇଙ୍କ ପାଇଁ ଏକ ସୁରକ୍ଷା କଭର ଆବଶ୍ୟକ ବୋଲି ଏସପିଙ୍କୁ ଦେଇଥିବା ଚିଠିରେ ରିୟା ଶାକା ଉଲ୍ଲେଖ କରିଛନ୍ତି । ସେପଟେ ଏସପି ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପାରିବାରିକ ସମସ୍ୟା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ କୌଣସି ପଦକ୍ଷେପ ନିଆଯିବା ଉଚିତ।
ଏହା ସହ ରିୟାଙ୍କ କଥାକୁ ଧ୍ୟାନରେ ରଖି ସର୍କଲ ଅଧିକାରୀ ବିଧୁନା, ମହେନ୍ଦ୍ର ପ୍ରତାପ ସିଂହଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି କହିଛନ୍ତି । କୋଟୱାଲି ବିଧୁନାର ଭୁଟୁର ଗାଁର ବାସିନ୍ଦା ରିୟା ଏହି ସପ୍ତାହ ପୂର୍ବରୁ ଏକ ଭିଡିଓ ପୋଷ୍ଟ କରିବା ପରେ ତାଙ୍କ ପିତାଙ୍କୁ ଅପହରଣ କରିଥିବାର ଦାବି କରି ଲାଇମଲାଇଟକୁ ଆସିଥିଲେ ।
ହେଲେ ତାଙ୍କ ପିତା ଏହାକୁ ଖାରଜ କରିଦେଇଥିଲେ । ତେବେ ତାଙ୍କ ପିତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ଯୋଗ ଦେବା ପାଇଁ ବିଜେପି ଛାଡ଼ିଛନ୍ତି । ଏସବୁ ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ସେ ତାଙ୍କ ଝିଅର ଅଭିଯୋଗକୁ ଭତ୍ତିହୀନ ବୋଲି କହିଛନ୍ତି । ସେ ତାଙ୍କ ମା ଏବଂ ଭାଇଙ୍କ ସହ ଇଟୱାସ୍ଥିତ ଶାନ୍ତି କଲୋନୀରେ ଥିବା ତାଙ୍କ ପୃଥକ ବାସଭବନରେ ନିରାପତ୍ତାରେ ଅଛନ୍ତି ବୋଲି କହିଛନ୍ତି । ଝିଅର ଏପରି କାର୍ଯ୍ୟ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ବୋଲି ସେ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।





