ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ସାରା ଦେଶର ନଜର ଉତ୍ତରପ୍ରଦେଶର ରାଜନୀତି ଉପରେ ରହିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ହେଲେ ନିର୍ବାଚନ ଲଢ଼ିବା ପୂର୍ବରୁ ହିଁ ଅଖିଳେଶ ଯାଦବ ଏକ ବଡ଼ ବୟାନ ଦେଇଥିବାର କଥା ସାମ୍ନାକୁ ଆସିଛି । ତେବେ ମୁଁ ଆଜମଗଡ଼ର ଜଣେ ସାଂସଦ । ତେଣୁ ସେଠାକାର ଲୋକମାନଙ୍କୁ ପଚାରିବା ପରେ ଯାଇ ସ୍ଥିର କରିବି ମୁଁ ନିର୍ବାଚନ ଲଢ଼ିବି କି ନାହିଁ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଏତିକି ନୁହେଁ ବରଂ ଅପର୍ଣ୍ଣା ଯାଦବଙ୍କୁ ନେଇ ମଧ୍ୟ ସେ କହିଥିବାର ସୂଚନା ମିଳିଛି । ତେବେ ମୁଁ ଅପର୍ଣ୍ଣାଙ୍କୁ ଅନେକ ଅଭିନନ୍ଦନ ଦେବି । ମୁଁ ଖୁସି ଯେ ସମାଜବାଦୀ ଚିନ୍ତାଧାରା ବିସ୍ତାର ହେଉଛି । ନେତାଜୀ ଅପର୍ଣ୍ଣାଙ୍କୁ ବହୁତ ମନାଇବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ସେ ବୁଝିନଥିଲେ । ହେଲେ ବର୍ତ୍ତମାନ ଆମେ ଖୁସି ଯେ ବିଜେପି ସେମାନଙ୍କୁ ଟିକେଟ ଦେଉଛି, ଯେଉଁମାନଙ୍କୁ ଆମେ ଟିକେଟ ଦେଇପାରୁନଥିଲୁ । ଏହା ସହ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ସବୁକିଛି ଭର୍ଚୁଆଲ ହେବାକୁ ଯାଉଛି ବୋଲି ବିଜେପି ଆଗରୁ ଜାଣିଛି। ବିଜେପି ପୂର୍ବରୁ ଷ୍ଟୁଡିଓ ତିଆରି କରିସାରିଛି ଏବଂ ସମସ୍ତ ସରଞ୍ଜାମ ନେଇ ସାରିଛି। କିନ୍ତୁ ବର୍ତ୍ତମାନ ଛୋଟ ଦଳମାନେ କିପରି ପ୍ରଚାର କରିବେ ତାହା ହିଁ ଚିନ୍ତାର ବିଷୟ । ଗଣତନ୍ତ୍ରରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ ।
ସମାଜବାଦୀ ପାର୍ଟି ସବୁବେଳେ ନିର୍ବାଚନ ଆୟୋଗର ନିୟମ ପାଳନ କରିଥାଏ । ୟୁପିରେ ଆମ ସରକାରରେ ସମାଜବାଦି ପେନସନ ଯୋଜନା ଆରମ୍ଭ ହୋଇଥିଲା । ଯଦି ଆମ ସରକାର ଆସନ୍ତି, ସମାଜବାଦୀ ପେନସନ ପୁଣି ଆରମ୍ଭ ହେବା ଉଚିତ୍ । ବିପିଏଲ କାର୍ଡ ଧରିଥିବା ଗରିବ ଲୋକଙ୍କୁ ଆମେ ବାର୍ଷିକ ୧୮୦୦୦ ଟଙ୍କା ଦେବୁ, ପୂର୍ବରୁ ପ୍ରତିବର୍ଷ ୬୦୦୦ ଟଙ୍କାଦିଆଯାଉଥିଲା ବୋଲି ଅଖିଳେଶ ଯାଦବ କହିଛନ୍ତି ।
