ଦେଶରେ କରୋନା ମହାମାରୀର ପ୍ରକୋପ ଜାରୀ ରହିଛି । ଆଜି ପୁଣି ୩ ଲକ୍ଷ ଟପିଲା ସଂକ୍ରମଣ । ଗତକାଲି(ଗୁରୁବାର) ପଜିଟିଭ ମାମଲା ୩ ଲକ୍ଷ ପାର୍ କରିଥିବାବେଳେ ଆଜି(ଶୁକ୍ରବାର) ଏହା ସାଢେ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,47,254 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ 29,722 ବା ୯ ପ୍ରତିଶତ ଅଧିକ । ପଜିଟିଭ ମାମଲା ବଢିବା ସହ ସୁସ୍ଥସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଦିନକରେ 2,51,777 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 703 ଜଣଙ୍କ ମୃତ୍ୟୁ ଘଟିଛି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 20,18,825ରେ ପହଞ୍ଚିଛି । ସଂକ୍ରମଣ ଏତେ ସ୍ପିଡ୍ରେ ବଢୁଛି ଯେ, ଏବେ ଭାରତର ପଜିଟିଭ ହାର 17.94%କୁ ବୃଦ୍ଧି ପାଇଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 9,692 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଛି । ଯାହା ଗତକାଲି ତୁଳନାରେ ୪.୩୬ ପ୍ରତିଶତ ଅଧିକ ରହିଛି।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୯ ହଜାର ୮୩୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୭୨ କିଶୋର କିଶୋରୀ ରହିଥିବା ବେଳେ ୫,୬୯୯ କ୍ବାରେଣ୍ଟାଇନ ସେଣ୍ଟର ଓ ୪,୧୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୬ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୪୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୧୪, ବାଲେଶ୍ବରରୁ ୨୮୬, ବରଗଡରୁ ୧୭୨, ଭଦ୍ରକରୁ ୧୨୯, ବଲାଙ୍ଗୀରରୁ ୨୮୮, ବୌଦ୍ଧରୁ ୧୨୦, କଟକରୁ ୭୭୪, ଦେବଗଡରୁ ୪୭, ଢେଙ୍କାନାଳରୁ ୯୫, ଗଜପତିରୁ ୮୮ , ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୧୫୨, ଯାଜପୁରରୁ ୨୫୬, ଝାରସୁଗୁଡାରୁ ୧୬୮, କଳାହାଣ୍ଡିରୁ ୧୭୧, କନ୍ଧମାଳରୁ ୯୧, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୧୬୮, କୋରାପୁଟରୁ ୧୭୪, ମାଲକାନଗିରିରୁ ୫୬, ମୟୂରଭଞ୍ଜରୁ ୨୯୫, ନବରଙ୍ଗପୁରରୁ ୧୫୬, ନୟାଗଡରୁ ୨୯୨, ନୂଆପଡାରୁ ୧୭୩, ପୁରୀରୁ ୧୪୬, ରାୟଗଡାରୁ ୨୭୪, ସମ୍ବଲପୁରରୁ ୨୦୬, ସୋନପୁରରୁ ୧୧୭, ସୁନ୍ଦରଗଡରୁ ୧୧୩୪ ଓ ଷ୍ଟେଟପୁଲରୁ ୫୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୯, ୦୩୩ରେ ପହଞ୍ଚିଛି ।





