ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହୋଇଥିଲେ। ବ ଇଲଗ୍ଧରକ୍ସ ଠକ ପରେ ପିଏମ ମୋଦୀ ସମସ୍ତ ଡିଏମଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଜିଲ୍ଲାରେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ତେବେ ଗୋଟିଏ ପଟେ ବଜେଟ୍ ବୃଦ୍ଧି ପାଉଛି, ଯୋଜନା ପ୍ରସ୍ତୁତ ହେଉଛି, ଅର୍ଥନୈତିକ ବିକାଶ ମଧ୍ୟ ହେବାରେ ଲାଗିଛି । କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶର ଅନେକ ଜିଲ୍ଲା ପଛରେ ରହିଛନ୍ତି। ସମୟ ଅତିକ୍ରମ କରିବା ସହିତ ଏହି ଜିଲ୍ଲାମାନଙ୍କୁ ପଛୁଆ ଜିଲ୍ଲା ଭାବରେ ଘୋଷଣା ମଧ୍ୟ କରିଦିଆଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲ୍ଲାରେ ଜନ ଧନ ଆକାଉଣ୍ଟରେ ୪ ରୁ ୫ ଗୁଣ ବୃଦ୍ଧି ଘଟିଛି। ପ୍ରାୟ ପ୍ରତ୍ୟେକ ପରିବାରରେ ଶୌଚାଳୟ ଅଛି ।
ବିଦ୍ୟୁତ୍ ପ୍ରତ୍ୟେକ ଗାଁରେ ପହଞ୍ଚିଛି । କେବଳ ଗରିବ ପରିବାରକୁ ପହଞ୍ଚିନି ବରଂ ଏହା ଲୋକଙ୍କ ଜୀବନରେ ଶକ୍ତି ସଞ୍ଚାର କରିଛି । ବର୍ତ୍ତମାନ ଆଶାୟୀ ଜିଲ୍ଲା ଦେଶକୁ ଆଗକୁ ବଢ଼ିବାରେ ଅବରୋଧକୁ ସମାପ୍ତ କରିଛି । ଆପଣମାନଙ୍କ ପ୍ରୟାସ ଯୋଗୁଁ ଆଜି ଆଶାୟୀ ଜିଲ୍ଲା ଗତିରୋଧକ ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟିଯାଇଛି । ସେପଟେ ଦେଶର ପଛୁଆ ବର୍ଗର ଜିଲ୍ଲାଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ତେବେ ୧୪୨ ଟି ଜିଲ୍ଲାକୁ ଆମକୁ ସାମୂହିକ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ । ଯେପରି ଅନ୍ୟ ଆଶାୟୀ ଜିଲ୍ଲାମାନଙ୍କରେ କାର୍ଯ୍ୟ କରାଯାଇଛି । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଶାୟୀ ଜିଲ୍ଲାରେ ରହୁଥିବା ଲୋକମାନେ ଆଗକୁ ବଢ଼ିବାକୁ ଆଗ୍ରହୀ ଅଟନ୍ତି।
ଏହି ଲୋକମାନେ ଜୀବନର ଅଧିକାଂଶ ସମୟ ଅଭାବରୁ, ଅସୁବିଧାରେ ବିତାଇଛନ୍ତି । ସେମାନେ ପ୍ରତ୍ୟେକ ଛୋଟ ଜିନିଷ ପାଇଁ କଠିନ ପରିଶ୍ରମ କରିଛନ୍ତି । ସେଥିପାଇଁ ସେହି ଲୋକମାନେ ରିସ୍କ ନେବାକୁ, ସାହସ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଜିଲ୍ଲାମାନଙ୍କରେ ଧିରେ ଧିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
