‘ହିଜାବକୁ ନେଇ ସମାଜବାଦୀ ପାର୍ଟି ନେତ୍ରୀଙ୍କ ବିବାଦୀୟ ବୟାନ

ହିଜାବ ନିଆଁ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଥିବା ବେଳେ, ୟୁପି ଆଲିଗଡରେ ସମାଜବାଦୀ ପାର୍ଟି ନେତ୍ରୀ ତଥା ମହାନଗର ଅଧ୍ୟକ୍ଷ ରୁବିନା ଖାନମ୍ କର୍ଣ୍ଣାଟକର ହିଜାବ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି |

ସମାଜବାଦୀ ପାର୍ଟି ନେତ୍ରୀ ରୁବିନା ଖାନମ୍ କହିଛନ୍ତି ଯେ, ‘ଭାରତୀ ବିବିଧତାର ଦେଶ । ଏଠାରେ ମଥାର ଟିକା ହେଉ ବା ମୁଣ୍ଡରେ ପଗଡି, ଓଢଣୀ ହେଉ ବା ହିଜାବ ଏସବୁ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ନେଇ ରାଜନୀତି କରିବା ନିହାତି ନିଚ୍ଚ ମାନସିକତା ମହିଳାଙ୍କୁ ଦୁର୍ବଳ ଭାବିବାର ଭୁଲ କରନି । ସରକାର ଯାହାର ବି ହେଉ ନା କାହିଁକି । ଯଦି ଆମ ଝିଅ ବୋହୂଙ୍କ ଆତ୍ମ ସମ୍ମାନ ଉପରେ ହାତ ଦେଲ ତାହାଲେ ଆମ ଝିଅ, ବୋହୂ ଝାନସି ରାଣୀ ଓ ରଜିଆ ସୁଲତାନ୍ ହୋଇଯିବେ । ସେମାନଙ୍କୁ ହଇରାଣ କରୁଥିବା ପୁଅଙ୍କର ହାତ କାଟିଦେବୁ’ ।

ଅନ୍ୟପଟେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ, ଆଦିତ୍ୟନାଥ ଯୋଗୀ ଗଣମାଧ୍ୟମରେ ସାକ୍ଷାତକାର ଦେଇ କହିଛନ୍ତି ଯେ, ଦେଶ ସରିୟାରେ ନୁହେଁ ସମ୍ବିଧାନ ଦ୍ୱାରା ଚାଲୁଛି । ତେଣୁ ପ୍ରତି ସଂସ୍ଥାକୁ ନିଜ ନିଜ ଡ୍ରେସ୍ କୋଡରେ ରହିବାକୁ ଅଧିକାର ଅଛି । ତେଣୁ ଅଯଥା ହିଜାବକୁ ନେଇ ବିବାଦ ନକରିବାକୁ ଅଖିଳେଶ ଅପିଲ କରିଛନ୍ତି |

Related Posts