ବନ୍ଧା ହେଲେ ୫ ନକଲି ନକ୍ସଲ

5ଜଣ ନକଲି ନକ୍ସଲଙ୍କୁ ବାନ୍ଧିଲା ପୋଲିସ । ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ୍ ପୋଡ଼ିବା, ବିଭିନ୍ନ ସ୍ଥାନରେ ନକ୍ସଲ ବ୍ୟାନର ଓ ପୋଷ୍ଟର ଲଗାଇବା ଅଭିଯୋଗରେ ପୋଲିସ ଏହି ପାଞ୍ଚ ଜଣଙ୍କୁ ଗିରଫ କରିଛି । ରାୟଗଡ଼ା ଏସଡିପିଓ ଦେବଜୟତୀ ଦାସଙ୍କ ନେତୃତ୍ୱରେ ଥାନା ଅଧିକାରୀ ସୁକୁମା ହାଁସଦା ଓ ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଶେଷଖାଲ ଥାନ ଅନ୍ତର୍ଗତ ହାଣ୍ଡିପଡୁ ଗାଁର ଗୋପାଳ ମଣ୍ଡିଆ, କାଶୀପୁର କଞ୍ଜଙ୍ଗମଣ୍ଡି ଗାଁର ବଲି ମାଝୀ, ଟକିରି ଥାନା ଅଞ୍ଚଳର ରାମ୍ପଡୁ ସିମଞ୍ଚଳ ମାଝୀ, ଦୁଡୁକାବହାଲ ଗାଁର ସନ୍ତୋଷ ରାୟ ଓ ହରିଜନସାହି ଟିକିରୀର ଜୟନ୍ତ ନାଏକ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବୁଡ଼ାଗୁଡ଼ା ଠାରେ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥାର ଟ୍ରକକୁ ଅଭିଯୁକ୍ତମାନେ ପୋଡ଼ି ଦେଇଥିଲେ। ଏହାସହ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ । ନକ୍ସଲ ବ୍ୟାନର ଓ ପୋଷ୍ଟର ଲଗାଇଥିଲେ। ଠିକାଦାର ଏନେଇ ଥାନାରେ ଅଭିଯୋଗ କରିବା ପରେ ଗତକାଲି ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ ।

Related Posts