ବିଜେଡି ଦୁଧିଆଳି ଗାଈ: ପ୍ରଫୁଲ ଘଡ଼ାଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ୩୦ ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନେତାମାନଙ୍କର ବିଭିନ୍ନ ପ୍ରକାର ରୋଚକ ବିବୃତ୍ତି ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ପ୍ରାୟ ପ୍ରତିଦିନ ଶାସକ ଦଳର କିଏ ନା କିଏ ନେତା ଏଭଳି କଥା କହୁଛନ୍ତି ଯାହା ମିଡିଆକୁ ଖୁରାକ ଯୋଗାଉଛି । କିଛି ଦିନ ତଳେ ଜୟପୁରର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ରବି ନନ୍ଦ ଗୋଟିଏ ଫୁଲମାଳ ଦେଖାଇ ଲୋକଙ୍କୁ କହିଲେ, ଏ ମାଳ ସ୍ୱଂୟ ମହାପ୍ରଭୁ ଜଗନ୍ନାଥ ପ୍ରଭୁଙ୍କ ପାଖରୁ ଆସିଛି । ଆଉ ନବୀନ ବାବୁ ଏହାକୁ ଛୁଇଁକି ପଠାଇଛନ୍ତି । ତେଣୁ ସମସ୍ତେ ମାଳ ଛୁଇଁକି ବିଜେଡିକୁ ଭୋଟ ଦେବାକୁ ଶପଥ କରନ୍ତୁ ବୋଲି କହିଥିଲେ । ବିଜେଡିର ମୁଖ୍ୟ ସଚେତକ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଲେ । ପ୍ରମିଳା ଭୋଟରଙ୍କୁ କହିଲେ ଯଦି ବିଜେଡି ଆଉ ଏହାର ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ନଦେବ ତାକୁ ସବସିଡି ରାସନ ଓ ସରକାରୀ ଭତ୍ତାରୁ ବାଦ ଦିଆଯିବ । ମାମଲା ଏତିକି ବିବାଦୀୟ ରୂପ ନେଲା ଯେ ରାଜ୍ୟ ନିର୍ବାଚନ କମିଶନ ପ୍ରମିଳାଙ୍କ ଭୋଟ ପ୍ରଚାର ଉପରେ ରୋକ ଲଗାଇଲେ । କିନ୍ତୁ ଚଳିତ ଥର ବହୁଦିନ ଧରି ନିର୍ବାଚନୀ ସଭାସମିତିରେ ଦୂରରେ ରହୁଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଙ୍କାଇଙ୍କୁ ପଞ୍ଚାୟତ ନିର୍ବାଦନରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି ।

ସୁକିନ୍ଦା ଅଞ୍ଚଳରେ ନିର୍ବାଚନ ପ୍ରଚାର ଏକ ଛୋଟ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉର୍ଥିରେ ଦେଖାଦେଉଛି ଯେ ପ୍ରଫୁଲ ଘଡାଇ ଭୋଟରମାନଙ୍କୁ ନିମନ୍ତ୍ରଣ କରୁଛନ୍ତି ‘ସମସ୍ତେ ଆସ, ବିଜେଡିରେ ମିଶ ଏବଂ ଦୁଧ ପିଓ’ । ପ୍ରଫୁଲଙ୍କର ଗୋଟିଏ ଧାଡ଼ି ଏବେ ମିଡିଆରେ ଭାଇରାଲ । ଯେଉଁ କଥା ସମସ୍ତେ ଜାଣିଛନ୍ତି ବିଜେଡି ନେତା ବୁଲେଇ ବାଙ୍କି ଭୋଟରମାନଙ୍କୁ ବହୁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି । ଠିକ ସେତିକି ବେଳେ ପ୍ରଫୁଲ ଘଡାଇ ବିଜୁ ଜନତା ଦଳର ଇଲେକ୍ସନ ଅଫରକୁ ଏଭଳି ଢ଼ଙ୍ଗରେ କହିଛନ୍ତି, ଯାହାକି ଭୋଟର ବୁଝିଯିବେ, ବିରୋଧୀ ଓ ନିର୍ବାଚନୀ କମିଶନ ପ୍ରଫୁଲଙ୍କ ବିରୋଧରେ ଆପତ୍ତି ଉଠାଇବା ପାଇଁ ମଉକା ପାଇବେ ନାହିଁ ।

ରାଜ୍ୟ ରାଜନୀତିରେ ପ୍ରଫୁଲ ଘଡାଇ ଜଣେ ବିଜ୍ଞ ଓ ବାଜ୍ଞି ନେତା ଭାବରେ ପରିଚିତ । ପ୍ରଫୁଲଙ୍କର କଥା କହିବା ଶୈଳୀ ବି ନିଆରା । ପ୍ରଫୁଲ ଯେଉଁଭଳି ଭାବରେ ବିଜେଡିକୁ ଦୁଧିଆଳୀ ଗାଈ ଭାବରେ ବର୍ଣ୍ଣନା କଲେ ଏଥିରେ ସମଝଦାର ଭୋଟରଙ୍କୁ ଇସାରା କାଫି । ପ୍ରଫୁଲ କଥାରେ କଥାରେ ଭୋଟରଙ୍କୁ ସବୁ କହିଦେଲେ । ଯେ ବିରୋଧୀ କଂଗ୍ରେସ ଓ ବିଜେପିକୁ ଭୋଟ ଦେଲେ ଅତିବେଶିରେ ଲେମ୍ବୁ ପାଣି ପିଇବ । କିନ୍ତୁ ବିଜେଡିକୁ ଭୋଟ ଦିଅ କ୍ଷୀର ସର ଲହୁଣୀ ମିଳିବ । ଅର୍ଥାତ ଭୋଟର ଇସାରା ବୁଝିଦେଲେ ବିଜେଡି ପାଖରେ ମାଲ ଅଛି । ତେଣୁ ପ୍ରଫୁଲ ଯେଉଁ ସ୍ଲୋଗାନଟି ଦେଲେ ଯେ ଭୋଟ ଦେବ ସେଇଠି ଦୁଧ ମିଳିବ ଯେଉଁଠି । ସେଇଟା ଏବେ ସୁକିନ୍ଦା ଓ ପୁରା ମିଡିଆରେ ଭାଇରାଲ ।

Related Posts