ଭୋଟ ମାଗିବା ଆଳରେ ଲୁଟିନେଲେ ଟଙ୍କା ଓ ଅଳଙ୍କାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ପୋଲିଂ ବୁଥରେ ଭୋଟରଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭୋଟ ମାଗିବା ଆଳରେ ଘରୁ ଅଳଙ୍କାର ଓ ୭୦ ହଜାର ଟଙ୍କା ଲୁଟିନେଇଥିବାର ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଜହାଜଭଟ୍ଟାରେ । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ସୋମବାର ରାତି ପ୍ରାୟ ୮ଟାରେ ଜାହାଜଭଟ୍ଟା ଗ୍ରାମର ପିଙ୍ଗି ହରିଜନଙ୍କ ଘର କବାଟ କେତେଜଣ ବାଡେଇଥିଲେ । ଏହି ସମୟରେ ବିଦ୍ୟୁତ କାଟ ହୋଇଥିଲା ଓ ପିଙ୍କିଙ୍କ ସ୍ୱାମୀ ଘରେ ନଥିଲେ । ପିଙ୍କି ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ଆମ ପାର୍ଟିକୁ ଭୋଟ ଦେବ ବୋଲି କହିଥିଲେ । ପିଙ୍କି ଚାର୍ଜ ଲାଇଟ ଆଣିବାକୁ ଯିବା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ହାତକୁ ଟାଣି ଧରିଥିଲେ । ଅନ୍ୟ ଜଣେ ତାଙ୍କ ବେକରେ ଛୁରି ରଖି ଆଲମିରା ଚାବିକାଠି ପାଇଁ ଧମକ ଦେଇଥିଲେ । ଚାବି ନେବାପରେ ଦୁର୍ବୃର୍ତ୍ତମାନେ ଆଲମିରାରୁ ସୁନା ଅଳଙ୍କାର ସହ ୭୦ ହଜାର ଟଙ୍କା ଲୁଟି ନେଇଥିଲେ ।

Related Posts