ବିବାହର ହସଖୁସିର ମାହୋଲରେ ଦୁଃଖର ଲହରୀ | ବାହା ହେବାକୁ ଯାଉଥିବା ବେଳେ, ଦୁର୍ଘଟଣା ଗ୍ରସ୍ତ ହେଲା ବିବାହ ଗାଡି । ବର ସମତେ ୯ ଜଣଙ୍କ ମୃତ୍ୟୁ ଘଟିଲା । ରାଜସ୍ଥାନର କୋଟା ଅଞ୍ଚଳରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବିଳମ୍ବିତ ରାତିରେ ଯାଉଥିବା ଏହି ଗାଡିଟି ପୋଲ ତଳକୁ ପାଣିରେ ଖସି ପଡିବାରୁ ୯ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି ।
ଗାଡିଟି ପାଣିରେ ଖସି ପଡିବାରୁ ୯ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହିତ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ସେହି ସ୍ଥାନରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଟିମ ସାହାର୍ଯ୍ୟରେ କାରକୁ ପାଣିରୁ ବାହାର କରାଯାଇଛି । ଏବଂ ସେହି ସ୍ଥାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।
ଅନ୍ୟପଟେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତିି । ଓମ୍ ବିର୍ଲା କହିଛନ୍ତି, କିଛି ଲୋକଙ୍କ ଅକାଳ ମୃତ୍ୟୁ ହୃଦୟ ବିଦାରକ ଅଟେ । ସେମାନଙ୍କର ପରିବାର ଓ ପରିଜନଙ୍କ ପ୍ରତି ବାଚସ୍ପତି ସମ୍ବେଦନ ଜ୍ଞାପନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗାଜିଆବାଦରେ ମଧ୍ୟ ଏହିଭଳି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ୩ଜଣ ଯୁବକ ପ୍ରାଣ ହରାଇଥିଲେ ।





