ବିଂଝାରପୁର ବାମଦେବ ପଞ୍ଚାୟତରେ ଭୋଟବାକ୍ସ ଲୁଟ ଅଭିଯୋଗ; ରିପୋର୍ଟ ବେଳେ ସାମ୍ବାଦିକଙ୍କୁ ନିର୍ଘାତ ମାଡ଼ ସହ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଞ୍ଝାରପୁର ବ୍ଲକ ବାଚ୍ଛଳ ପଞ୍ଚାୟତ ୪ ନମ୍ବର ୨ ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଉଥିବା ସମୟରେ ସାମ୍ବାଦିକ ମାନେ ପହଞ୍ଚି ଭିଜୁଆଲ ନେଉଥିବା ସମୟରେ ସ୍ଥାନୀୟ ଦୁର୍ବୃତ୍ତ ମାନେ ଅର୍ଗସ ଟିଭି ସାମ୍ବାଦିକ ଗୁଲସନ ଅଲି ଖାନ ଙ୍କୁ ଉଠାଇ ନେବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ ଓ ଅନ୍ୟ ଉପସ୍ଥିତ କଳିଙ୍ଗ ଟିଭି ସାମ୍ବାଦିକ ଦେବାଶିଷ ସାହୁ, କନକ ନୁଜ ସାମ୍ବାଦିକ ବିଜୟ ସାହୁ, ଓଡିଶା ସମ୍ବାଦ ସାମ୍ବାଦିକ ହିମାଂଶୁ ପାଢ଼ିଙ୍କୁ ଆକ୍ରମଣ କରିବା ସହ ବାନ୍ଧି ପକାଇଥିଲେ ଓ ଗାଡ଼ିକୁ ଟେକା ପଥର ମାରି ସମ୍ପୂର୍ଣ ଭାଙ୍ଗି ଦେଇଥିଛନ୍ତି। ତେବେ ଖବର ପାଇ ପୋଲିସ ଫୋର୍ସ ପହଞ୍ଚିବା ପରେ ଦୁର୍ବୃତ୍ତ ମାନେ ଜାଗା ଛାଡ଼ି ପଳାଇ ଥିଲେ । ପରେ ପୋଲିସ ଫୋର୍ସ ସେମାନଙ୍କୁ ସେଠାରୁ ମୁକୁଳାଇଥିଲେ । ଆହତ ସାମ୍ବାଦିକ ମାନଙ୍କୁ ଏବେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ।

Related Posts