ରାଜ୍ୟରେ ଏବେ ତଳମୁହାଁ ରହିଛି କରୋନାର ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା | ଗତ ୨୪ ଘଣ୍ଟାରେ ୩୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩,୯୭୮ରେ ପହଞ୍ଚିଛି |
ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୯ କିଶୋର କିଶୋରୀ ରହିଥିବା ବେଳେ ୧୯୯ କ୍ବାରେଣ୍ଟାଇନ ସେଣ୍ଟର ଓ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୪, ବାଲେଶ୍ବରରୁ ୧୪, ବରଗଡରୁ ୫, ଭଦ୍ରକରୁ ୪, ବଲାଙ୍ଗୀରରୁ ୩, ବୌଦ୍ଧରୁ ୨୦, କଟକରୁ ୧୭, ଦେବଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୨୫, ଗଞ୍ଜାମରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨, କୋରାପୁଟରୁ ୧୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ ୩, ନୟାଗଡରୁ ୪, ନୂଆପଡାରୁ ୧, ପୁରୀରୁ ୧, ରାୟଗଡାରୁ ୬, ସମ୍ବଲପୁରରୁ ୧୪, ସୋନପୁରରୁ ୮, ସୁନ୍ଦରଗଡରୁ ୮୦ ଓ ଷ୍ଟେଟପୁଲରୁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩,୯୭୮ରେ ପହଞ୍ଚିଛି |
ସେହିପରି ଆଜି ଦେଶରୁ 14,148 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ସହ ମୃତ୍ୟୁସଂଖ୍ୟା ମଧ୍ୟ ଏବେ କମିବାରେ ଲାଗିଛି । ଦେଶରେ ଦିନକରେ 302 ସଂକ୍ରମିତ ପ୍ରାଣ ହରାଇଥିବାବେଳେ 30,009 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି |





