ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାମାଙ୍କନ ଦାଖଲର ଶେଷ ଦିନରେ ହିଁ ବିଜେଡି ଆରମ୍ଭ କରିଛି ବିଜୟ ଯାତ୍ରା । ରାୟଗଡ଼ା ପୌର ପରିଷଦର ୨ ନମ୍ବର ୱାର୍ଡରେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦେଇପାରି ନାହାନ୍ତି । ଯାହାଫଳରେ ନାମାଙ୍କନ ଦାଖଲର ଶେଷ ଦିନରେ ହିଁ ବିଜେଡି ବିଜୟ ଯାତ୍ରା ଆରମ୍ଭ କରିଛି । ସେପଟେ ରାୟଗଡ଼ା ପୌରପରିଷଦର ୨୪ଟି ୱାର୍ଡ ମଧ୍ୟରୁ ସବୁ ୱାର୍ଡରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛି ବିଜେଡି । ବିଜେପି ୨ ନମ୍ବର ୱାର୍ଡକୁ ଛାଡ଼ି ଅନ୍ୟ ୨୩ଟି ୱାର୍ଡରେ ପ୍ରାର୍ଥୀ ଦେଇଛି । ଅନ୍ୟପଟେ ଦୁଇ ନମ୍ବର ୱାର୍ଡ ପାଇଁ ବିଜେପି ଚୟନ କରିଥିବା ପ୍ରାର୍ଥୀ ଜଣଙ୍କ ପାରିବାରିକ ସମସ୍ୟା ଦର୍ଶାଇ ଶେଷ ମୁହୂର୍ତ୍ତରେ ନାମାଙ୍କନ ପତ୍ର ଦାଖଲରୁ ଓହରିଯିବାରୁ ଅନ୍ୟ ପ୍ରାର୍ଥୀକୁ ଚୟନ କରିବା ପାଇଁ ବିଜେପି ପାଇଁ କାଠିକର ପାଠ ହୋଇପଡ଼ିଥିଲା । ସେହିପରି କଂଗ୍ରେସ ୧,୨ ଓ ୬ ନମ୍ବର ୱାର୍ଡକୁ ଛାଡ଼ି ୨୧ଟି ୱାର୍ଡରେ ପ୍ରାର୍ଥୀ ଦେଇଛି ।
୩ଟି ୱାର୍ଡରେ କଂଗ୍ରେସ ଚୟନ କରିଥିବା ପ୍ରାର୍ଥୀ ନାମାଙ୍କନ ଦାଖଲର ଶେଷ ଦିନରେ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ନାମାଙ୍କନ ଦାଖଲରୁ ଓହରି ଯାଇଥିଲେ । ଯାହା ଶାସକ ବିଜେଡି ଦଳକ ନାମାଙ୍କନ ଦାଖଲର ଶେଷ ଦିନରୁ ହିଁ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି । ସେପଟେ ରାୟଗଡ଼ା ପୌରପରିଷଦ ଭଳି ଗୁଡ଼ାରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ବିଜେପି ୨ଟି ୱାର୍ଡ ଏବଂ କଂଗ୍ରେସ ୪ଟି ୱାର୍ଡରେ ପ୍ରାର୍ଥୀ ଦେଇପାରିନି । ଗୁଡାରି ଏନଏସିର ୩ ନମ୍ବର ଏବଂ ୮ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଦେଇପାରି ନାହିଁ । ସେହିପରି କଂଗ୍ରେସ ୨,୯, ୧୦ ଓ୧୧ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇପାରି ନାହିଁ । ଗୁଡ଼ାରିର ୧୧ଟି ୱାର୍ଡ ମଧ୍ୟରୁ ବିଜେଡି ୧୧ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୯ ଟି, କଂଗ୍ରେସ ୭ଟି, ତିନି ତାରାପତାକା ଗୋଟିଏ, ୪ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି ।





