ମୁଁ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତା ସହ ସ୍ୱୀକାର କରୁଛି: ଚନ୍ନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନାହିଁ । ଏପରିକି କଂଗ୍ରେସର ଗଡ଼ କୁହାଯାଉଥିବାର ରାଜ୍ୟମାନଙ୍କରେ ମଧ୍ୟ ଦଳ ହାରିଛି । ଏହା ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ହରାଇ ଆମ ଆଦମି ପାର୍ଟି ବାଜି ମାରିଛି । ସେପଟେ ପଞ୍ଜାବ ବିଧାନସଭା ନିର୍ବାଚନର ପରାଜୟକୁ କଂଗ୍ରେସ ସ୍ୱୀକାର କରିନେଇଛି । ତେବେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ହାରିବା ପରେ ଦଳୀୟକର୍ମୀମାନଙ୍କୁ ଧନ୍ୟବାଦ ଜଚ୍ଚାଇଛନ୍ତି । ଏବଂ ପଞ୍ଜାବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । ଏଥର ସେ ନିଜର ଦୁଇଟି ଯାକ ଆସନରୁ ହାରିଛନ୍ତି ।

ଅନ୍ୟପଟେ ହାରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମକରି ଟ୍ୱିଟ କରି ଲେଖିଛନ୍ତି ଯେ, ମୁଁ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ଗ୍ରହଣ କରୁଛି । ଏହା ସହ ଆମ ଆଦମି ପାର୍ଟି ଓ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମନଙ୍କୁ ତାଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି । ମୋର ଭରଷା ରହିଛି କି ମାନ ଲୋକଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି ।

Related Posts