ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ । ଏଥର ବିଧାନସଭା ନିର୍ବାଚନରେ ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୋନିଆ ଗାନ୍ଧି ପାଞ୍ଚଟି ରାଜ୍ୟର ଅଧ୍ୟକ୍ଷମାନଙ୍କ ଠାରୁ ଇସ୍ତଫା ଦାବି କରିଥିଲେ । ଏହା ମଧ୍ୟରେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଗୋଡିଆଲ ଏନେଇ ଏକ ଟ୍ୱିଟ ମଧ୍ୟ କରିଥିବାର ଦେଖିବାକୁ ମିଳିଛି ।
ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ଇସ୍ତଫା ଦେବାକୁ ଚାହୁଁଥିଲି । କିନ୍ତୁ ହାଇକମାଣ୍ଡଙ୍କ ଆଦେଶକୁ ଅପେକ୍ଷା କରିଥିଲି ବୋଲି କହିଛନ୍ତି । ଅନ୍ୟପଟେ ପାଞ୍ଚଟି ରାଜ୍ୟ ଯଥାକ୍ରମେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ରାଜ୍ୟ ଅଧ୍ୟକ୍ଷମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଇସ୍ତଫା ଦେବାକୁ କହିଛନ୍ତି । କାହିଁକିନା ପିସିସି ପୁର୍ବଗଠନ ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କଂଗ୍ରେସ ମୁଖ୍ୟପାତ୍ର ରଣଦୀପ ସୁରଜୱାଲା ସ୍ପଷ୍ଟ କରିଛନ୍ତି ।





