ଖୁବ୍‌ଶୀଘ୍ର ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ସୋନମ କପୁର | ଫଳରେ ଖୁବ୍ଶୀଘ୍ର ଅଜା ହେବେ ବଲିଉଡର ମିଷ୍ଟର ଝାକାସ୍‌ ଓରଫ୍‌ ଅନିଲ କପୁର | ଏହି ଗୁଡ୍‌ ନ୍ୟୁଜ୍‌ ଖୋଦ ନିଜେ ସୋନମ୍‌ ସୋଶାଲ ମିଡିଆରେ ଏକ ଫଟୋ ଶେଆର କରି ସମସ୍ତଙ୍କୁ ଦେଇଛନ୍ତି। ଏଥିସହ ସେ ନିଜ ବେବି ବମ୍ପ ମଧ୍ୟ ଦେଖାଇଛନ୍ତି।

ସୋନମ ଶେଆର କରିଥିବା ଫଟୋରେ ଏକ କଳା ରଙ୍ଗର ଆଉଟ୍‌ଫିଟ୍‌ ପିନ୍ଧି ସ୍ୱାମୀ ଆନନ୍ଦ ଅହୁଜାଙ୍କ କୋଳରେ ଶୋଇଥିବା ଦେଖିବାକୁ ମିଳିଛି। ଏଥିସହ ନିଜ ବେବି ବମ୍ପକୁ ମଧ୍ୟ ସେ ଦେଖାଇଛନ୍ତି। ଏହି ଫଟୋକୁ ଶେଆର କରି ସୋନମ୍‌ ଏକ ସୁନ୍ଦର କ୍ୟାପସନ ଲେଖିଛନ୍ତି, ‘ଚାରୋଟି ହାତ, ଯାହା ତୁମର ଯଥା ସମ୍ଭବ ଯତ୍ନ ନେବ। ଦୁଇଟି ହୃଦୟ ଯାହା ତୁମ ସହିତ ସ୍ପନ୍ଦନ କରିବ। ଗୋଟିଏ ପରିବାର ଯାହା ତୁମକୁ ପ୍ରେମ ଏବଂ ସମର୍ଥନ ଦେବ। ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ।’

ସୋନମଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ବଲିଉଡର ସେଲେବ୍ରିଟି ଠାରୁ ଆରମ୍ଭ କରି ଅନେକ ବଡ ବଡ କଳାକାରମାନେ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମେ’ ୮ ତାରିଖରେ ସୋନମ କପୁର ଓ ଆନନ୍ଦ ଅହୁଜା ବିବାହ କରିଥିଲେ। ଏବେ ବିବାହର ଚାରିବର୍ଷ ପରେ ଉଭୟ ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି।