ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ବଲିଉଡ୍‌ର ଫ୍ୟାଶନ୍‌ ଡିଭା ସୋନମ କପୁର

ମୁମ୍ବାଇ : ମା’ହେଲେ ବଲିଉଡ୍‌ର ଫ୍ୟାଶନ୍‌ ଡିଭା ସୋନମ କପୁର। ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସୋନମ । ଏନେଇ ବର୍ତ୍ତମାନ କପୁର ପରିବାରର ଖୁସିର ବାତାବରଣ ଖେଳି ଯାଇଛି । ଏନେଇ ଖୋଦ୍ ସୋନମ୍ କପୁର ନିଜେ ସୂଚନା ଦେଇଛନ୍ତି । ଏହି ଦମ୍ପତି କହିଛନ୍ତି ଯେ ସେମାନଙ୍କ ଜୀବନ ସବୁଦିନ ପାଇଁ ବଦଳି ଯାଇଛି। ସେ ଡାକ୍ତର, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ସୋନମ ଏବଂ ଆନନ୍ଦ କହିଛନ୍ତି, ‘୨୦.୦୮.୨୦୨୨ ରେ, ଆମେ ଆମର ସୁନ୍ଦର ଶିଶୁପୁତ୍ରକୁ ସ୍ୱାଗତ କରୁଛୁ । ଏହି ସମୟ ମଧ୍ୟରେ ଆମକୁ ସମର୍ଥନ କରିଥିବା ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଧନ୍ୟବାଦ ।ଏହା କେବଳ ଆରମ୍ଭ କିନ୍ତୁ ଆମେ ଜାଣୁ ଯେ ଆମ ଜୀବନ ସବୁଦିନ ପାଇଁ ବଦଳି ଯାଇଛି ।

ନୀତୁ କପୁର କରୀନା କପୁର ଙ୍କ ସହ ଅନେକ ବଡ ବଡ ତାରକା ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ସେ ପ୍ରଥମ ଥର ଅଜାଆଇ ହୋଇଥିବା ଅନିଲ କପୁର ଏବଂ ସୁନୀତା କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ସୋନମ।

Related Posts