ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ନାଁ ପୁଣିଥରେ କଂଗ୍ରେସ ସହ ଯୋଡି ହୋଇଯାଇଥିବାର ଦେଖିବାକୁ ମିଳିଛି । ପ୍ରାୟ ଗୋଟିଏ ବର୍ଷ ହେବ ପ୍ରଶାନ୍ତ କଂଗ୍ରେସ ଠାରୁ ଦୂରରେ ଥିବାବେଳେ କଂଗ୍ରେସକୁ ଅନେକ ବୟାନବାଜି କରିଥିଲେ । ହେଲେ ବର୍ତ୍ତମାନ ପୁଣିଥରେ ପ୍ରଶାନ୍ତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିବାର ଖବର ସାମ୍ନାକୁ ଆସିଛି । ସେପଟେ କିଛି ଦିନ ପୂର୍ବରୁ କଂଗ୍ରେସ ଦଳକୁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରୁଥିବାର ଖବର ସାମ୍ନାକୁ ଆସିଥିଲା । ଏନେଇ ପ୍ରାୟ ସମସ୍ତ ଛୋଟ ବଡ଼ ଦଳ କଂଗ୍ରେସ ସହ ମିଶି ଶାସକ ବିଜେପିକୁ କଡ଼ା ଟକ୍କର ଦେବେ ବୋଲି ମଧ୍ୟ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ହଠାତ ପ୍ରଶାନ୍ତ କଂଗ୍ରେସ ବିରୋଧରେ ବୟାନ ବାଜି କରିବା ଆରମ୍ଭ କରିଦେଇଥିଲେ । ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଅନ୍ୟପଟେ ଗୁଜୁରାଟରେ ଡିସେମ୍ବର ମାସରେ ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ କଂଗ୍ରେସ ସହ ଆଲୋଚନା କରି ପ୍ରଶାନ୍ତ କିଶୋର ଫେରିଛନ୍ତି ଏବଂ ଦଳର ଗୁଜୁରାଟ ଅଭିଯାନରେ ସେ କାମ କରିବାର ସମ୍ଭାବନା ରହିଛି କି ?
ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । କିଛି ନେତା ଏହାକୁ ଗୁଜବ ବୋଲି କହୁଥିବାବେଳେ ଆଉ କିଛି ଏହାକୁ ସତ ମାନୁଛନ୍ତି । ତଥାପି, ଦୁଇଜଣ କଂଗ୍ରେସ ନେତା ଏହି ସଭାଗୁଡ଼ିକ ବିଷୟରେ ସିଧାସଳଖ ଅବଗତ ଅଛନ୍ତି କିଶୋର ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କୁ ଭେଟିଛନ୍ତି। ଏହି ବୈଠକରେ କୌଣସି ସରକାରୀ ବିବୃତ୍ତି ନଥିବାବେଳେ ବିଶେଷ ସୂତ୍ରୀରୁ ସୂଚନା ମିଳିଛି ଯେ ଗାନ୍ଧୀମାନେ ଅନ୍ୟ ନିର୍ବାଚନ ରଣନୀତିଜ୍ଞ ସୁନୀଲ କାନୁଗୁଲୁଙ୍କ ସହ ସାକ୍ଷାତ କରିବାର ଗୋଟିଏ ଦିନ ପରେ ଏହି ବୈଠକ ଆସିଛି। ଦୁଇ ନେତା ଆହୁରି ମଧ୍ୟ କହିଛନ୍ତି ଯେ କିଶୋରଙ୍କ ବୈଠକ ତାଙ୍କ ଗୁଜୁରାଟ ଅଭିଯାନରେ କଂଗ୍ରେସ ଦଳ ସହ କାମ କରୁଥିବା ବିଷୟରେ ।
ସେପଟେ ଡିସେମ୍ବରରେ ଗୁଜୁରାଟରେ ମତଦାନ ହେବାକୁ ଯାଉଛି। ସେପଟେ ୨୦୨୪ ରଣନୀତି ପାଇଁ କଂଗ୍ରେସ ପ୍ରଶାନ୍ତଙ୍କ ପାଖକୁ ୨୦୨୦ ମସିହାରେ ଯାଇଥିଲା । ଏନେଇ ଉଭୟଙ୍କ ମଧ୍ୟରେ ଅନେକ ବୈଠକ ମଧ୍ୟ ହୋଇଛି । ହେଲେ ହଠାତ ପ୍ରଶାନ୍ତ ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏବଂ ପ୍ରଶାନ୍ତଙ୍କ ପୂର୍ବତନ ସହଯୋଗୀ ସୁନୀଲ କାନୁଗୁଲୁ ଗତ ମାସରେ ଦଳ ସହ କାମ କରିବା ଆରମ୍ଭ କରିଥିଲେ । ସେତେବେଳେ ପ୍ରଶାନ୍ତଙ୍କ କଂଗ୍ରେସ ସହ କାମ କରିବାର ଆଶା କ୍ଷୀଣ ହୋଇଯାଇଥିଲା । ହେଲେ ବର୍ତ୍ତମାନ ପୁଣିଥରେ ପ୍ରଶାନ୍ତ କଂଗ୍ରେସ ସହ ମିଶି ଗୁଜୁରାଟ ପାଇଁ ଫୋକସ କରିଥିବାର ସୂଚନା ମିଳିଛି ।





