ସିବିଆଇ ଉପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନା

ନୂଆଦିଲ୍ଲୀ: ଦେଶର ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ଅସନ୍ତୁଷ୍ଟ ଅଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନା | ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତରେ ସିବିଆଇର ନିଷ୍କ୍ରିୟତା, ଏବଂ ବିଳମ୍ବ ହେତୁ ଅନୁସନ୍ଧାନକାରୀ ସଂସ୍ଥାର ବିଶ୍ୱସନୀୟତା ଓ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାହାର ସାମାଜିକ ବୈଧତା ଏବଂ ଜନସାଧାରଣଙ୍କ ବିଶ୍ବାସ ହାସଲ କରିବା ପାଇଁ ସମର୍ପଣର ସହ କାମ କରିବାକୁ ହେବ ବୋଲି ପ୍ରଧାନ ବିଚାରପତି ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

ଦୁର୍ନୀତି ଅଭିଯୋଗରେ ପୋଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି ସିଜେଆଇ କହିଛନ୍ତି । ଅନେକ ସମୟରେ ପୋଲିସ ଅଧିକାରୀମାନେ ଆମ ପାଖକୁ ଆସି ସେମାନଙ୍କୁ ନିର୍ଯାତନା ଦିଆଯାଉଛି ବୋଲି କୁହନ୍ତି । ରାଜନୈତିକ ପ୍ରତିନିଧୀମାନଙ୍କର ପରିବର୍ତ୍ତନ ଜାରି ରୁହେ କିନ୍ତୁ ଆପଣ ସର୍ବଦା ସେବା ଏବଂ କର୍ତ୍ତବ୍ୟରେ ରହିଥାନ୍ତି ।

ରମନା ଆହୁରି କହିଛନ୍ତି ଯେ, ବ୍ରିଟିଶ ଶାସନ କାଳରୁ ଭାରତରେ ପୋଲିସ୍ ବ୍ୟବସ୍ଥାରେ କେବେ ଓ କେତେ ପରିବର୍ତ୍ତନ ହୋଇଛି । କିନ୍ତୁ ସମୟ ଅତିବାହିତ ହେବା ସହିତ ସିବିଆଇ ପରି ଅନୁସନ୍ଧାନକାରୀ ସଂସ୍ଥା ଜନସାଧାରଣଙ୍କ ନଜରରେ ଆସିଛନ୍ତି । ଶାସକମାନଙ୍କର ପରିବର୍ତ୍ତନ ହୁଏ କିନ୍ତୁ ପ୍ରଶାସନ ସ୍ଥାୟୀ ରହିଥାଏ।

ସିଜେଆଇଙ୍କର କହିବାନୁସାରେ, ତାଙ୍କ ନେତୃତ୍ୱ ହେତୁ କୌଣସି ଅନୁଷ୍ଠାନ ଭଲ କିମ୍ବା ଖରାପ ହୋଇପାରେ । କିନ୍ତୁ କିଛି ଅଧିକାରୀ ଚାହିଁଲେ ବଡ଼ ପରିବର୍ତ୍ତନ କରିପାରିବେ । ଜଷ୍ଟିସ୍ ରମନା ଗୁରୁତ୍ୱାରୋପ କରିଛନ୍ତି ଯେ, ଅନୁସନ୍ଧାନକାରୀ ସଂସ୍ଥାକୁ ସ୍ୱାଧୀନ ରହିବା ହେଉଛି ବର୍ତ୍ତମାନର ଆବଶ୍ୟକତା । ସମାନ ଅପରାଧର ଅନୁସନ୍ଧାନ ପାଇଁ ଏକାଧିକ ଏଜେନ୍ସିକୁ ଦାୟିତ୍ତ୍ୱ ମଧ୍ୟ ତଦନ୍ତର ପ୍ରତାରଣାର କାରଣ ହୋଇଥାଏ।

ପ୍ରଧାନ ବିଚାରପତି କହିଛନ୍ତି ଯେ ଭିତ୍ତିଭୂମି ଏବଂ ମାନବ ସମ୍ବଳର ଅଭାବ, ଚରମ ଅବ୍ୟବସ୍ଥା, ଆଧୁନିକ ଉପକରଣର ଅଭାବ, ପ୍ରମାଣ ପାଇବା ପାଇଁ ସନ୍ଦେହଜନକ ପଦ୍ଧତି, ଅଧିକାରୀମାନେ ନିୟମ ଅନୁସରଣ କରିବାରେ ବିଫଳ ହେବା ଏବଂ ଅଧିକାରୀଙ୍କ ଉତ୍ତରଦାୟିତ୍ୱର ଅଭାବ ଆଦି ସମସ୍ୟା ପୁଲିସ ବ୍ୟବସ୍ଥାକୁ ପ୍ରଭାବିତ କରୁଛି ।

Related Posts