ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋବାଇଲରେ ପର୍ଣ୍ଣୋଗ୍ରାଫିକ ଭିଡିଓ ସହଜରେ ମିଳିଯାଉଥିବାରୁ ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ଲି କହିଛନ୍ତି ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସିଂଘଭୀ। ସେହିପରି ଦୁଷ୍କର୍ମ ବଢ଼ିବାରେ ଆଉ ଏକ କାରଣ ଦର୍ଶାଇ ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ ଅନେକ ସମୟର ଜଣାଶୁଣା ବ୍ୟକ୍ତି ଯଥା ପଡ଼ୋଶୀ ଓ ପରିବାର ଲୋକେ ଏଭଳି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି। ବେଶେଷ କରି ଯୁବତୀଙ୍କ କ୍ଷେତ୍ରରେ ଏହା ଅଧିକ ହୋଇଥାଏ ବୋଲି ଗୁଜୁରାଟ ଗୃହମନ୍ତ୍ରୀ କହିଛନ୍ତି। ନିକଟରେ ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। ମୋବାଇଲ୍ ଫୋନ୍ ଏବଂ ଜଣାଶୁଣା ଲୋକ ଅପରାଧ କରୁଥିବାରୁ ଭାରତରେ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା।
ଏହି ରିପୋର୍ଟ ଆଧାରରେ ଏପରି କହିଛନ୍ତି ଗୁଜରାଟ ଗୃହମନ୍ତ୍ରୀ। ସେ କହିଛନ୍ତି “ଦୁଷ୍କର୍ମ ଘଟଣା ପାଇଁ ଆମେ ସବୁବେଳେ ପୁଲିସକୁ ଦୋଷ ଦେଉ। ଏଭଳି ଦୁର୍ଘଟଣା ଆମ ପରିବେଶ ପାଇଁ କଳଙ୍କ। ଏଥିପାଇଁ କେବଳ ପୁଲିସକୁ ଦାୟୀ କରିପାରିବା ନାହିଁ। ଆମ ଦେଶରେ ଗୁଜୁରାଟ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ। ଜଣେ ବାପା ତାର ନିଜ ସାନ ଝିଅକୁ ଦୁଷ୍କର୍ମ କରିବା କ’ଣ ଏହା ଏକ ବଡ଼ ସାମାଜିକ ସମସ୍ୟା ନୁହେଁ ? ଯଦି ଜଣେ ବାପା ନିଜ ଝିଅକୁ ଦୁଷ୍କର୍ମ କରୁଛି ତେବେ ଏହାର ମୁଖ୍ୟ କାରଣ ହେଲା ତାର ମୋବାଇଲ୍ ଫୋନ ବୋଲି କହିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଂଘଭୀ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
