ମୁମ୍ୱାଇ:୨୦୨୨ ବଲିଉଡ ଫିଲ୍ମ ଜଗତ ପାଇଁ ଆଣିଛି ଦୁଃଖ | ଆଜି ଆଉ ଜଣେ ବର୍ଷିୟାନ ଅଭିନେତା ତଥା ସ୍କ୍ରିନ ରାଇଟରକୁ ହରାଇଲା ବଲିଉଡ | ପରଲୋକରେ ବର୍ଷିୟାନ ଅଭିନେତା ତଥା ସ୍କ୍ରିନ ରାଇଟର ଶିବ କୁମାର ସବୁବ୍ରମଣ୍ୟମଙ୍କ ଦେହଗାନତ ହୋଇଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଗତ ବର୍ଷ ଶିବ କୁମାର ସୁବ୍ରମଣ୍ୟମ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ ।
ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ସାନିଆ ମଲହୋତ୍ରା ନଜର ଆସିଥିଲେ । ତେବେ ଶିବ କୁମାର ସୁବ୍ରମଣ୍ୟମଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପରିନ୍ଦା , ହଜାରୋନ୍ ଖ୍ୱାଇସେ ଆଇସି ପରି ସୂକ୍ଷ୍ମ ଚଳଚ୍ଚିତ୍ର ପାଇଁ ଶିବ ସୁବ୍ରମଣ୍ୟମ୍ ସ୍କ୍ରିନ୍ ରାଇଟ କରିଥିଲେ । ଏବେ ନିକଟରେ ଶିବ ଏବଂ ପତ୍ନୀ ଦିବ୍ୟା ସେମାନଙ୍କର ୧୬ ବର୍ଷର ପୁଅକୁ ହରାଇଥିଲେ । ସେ ସ୍ତିଷ୍କ ଟ୍ୟୁମର ହେତୁ ମୃତ୍ୟୁ ବରଣ କରିଥିଲେ ।
ଅନେକ ଚଳଚିତ୍ର ସହ ଶିବ କିଛି ସିରିଏଲରେ ମଧ୍ୟ କାମ କରିଛନ୍ତି । ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ସୁବ୍ରମଣ୍ୟମଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।





