ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛିଦିନ ଧରି ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲର ଦର ବଢ଼ିବାରେ ଲାଗିଛି । ଏପରିକି ବର୍ଦ୍ଧିତ ମୂଲ୍ୟ ହ୍ରାସ ନ ହେବା ଦେଶରେ ମୂଲ୍ୟ ବୃଦ୍ଧି ଉପରେ ବୋଝ ପାଲଟିଛି। ଯଦିଓ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅଚାନକ ସ୍ଥିର ହୋଇଯାଇଛି ତେବେ ପିଏନଜି ଓ ସିଏନଜି ମୂଲ୍ୟ ଏବେ ଲଗାତାର ବଦଳୁଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଶରେ କିପରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିରେ ରାଜ୍ୟମାନେ ଚାହିଁଲେ ନିଜନିଜ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ କରିପାରିବେ। ଏଥିରୁ ରାଜ୍ୟ ଶୁଳ୍କ ହ୍ରାସ କରି ଲୋକଙ୍କୁ ମୂଲ୍ୟ ବୃଦ୍ଧିରେ ରିହାତି ଦେଇପାରିବେ। ରାଜ୍ୟମାନେ ଯଦି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ହ୍ରାସ କରନ୍ତେ ମୂଲ୍ୟ ବୃଦ୍ଧି ବୋଝ କିଛି ପରିମାଣରେ ହାଲୁକା ହୋଇପାରନ୍ତା।

ପୁରୀ ଏବେ ଦେଶବ୍ୟାପୀ ଅନୁଷ୍ଠିତ ହେଉଥିବା ସାମାଜିକ ନ୍ୟାୟ ପକ୍ଷରେ ଯୋଗଦେବା ପାଇଁ ଛତିଶଗଡରେ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି। ସେ କହିଛନ୍ତି ଯେ ଛତିଶଗଡରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ଏବେ ୨୪ ପ୍ରତିଶତ ଭାଟ ଅସୁଲ କରୁଛନ୍ତି। ଏଥିରେ ସରକାର ଯଦି ୧୦ ପ୍ରତିଶତ ଶୁଳ୍କ ରିହାତି ଦିଅନ୍ତେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଅନେକ ହ୍ରାସ ହୋଇପାରନ୍ତା। ଯେତେବେଳେ ବଜାରରେ ଚାହିଦା ଅଛି ସେତେବେଳେ ୧୦ ପ୍ରତିଶତ ଶୁଳ୍କ କୌଣସି ରାଜ୍ୟ ଲାଗି ବେଶ ଅଧିକ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।