ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳା ଏକାଡେମି ପୁରସ୍କାର ପ୍ରଦାନ କରିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ଲେଖିକା ରତ୍ନା ବାର୍ନାଜୀ ନିଜର ପୁରସ୍କାରକୁ ଫେରାଇ ଦେଇଥିଲେ । ବାସ ଏହା ପରେ ମମତାଙ୍କୁ ନେଇ ସମାଲୋଚନା ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ବିଜେପି ନେତା ସ୍ୱପନ ଦାସଗୁପ୍ତା ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ତେବେ କବିତା ପାଇଁ ତାଙ୍କୁ ସମ୍ମାନିତ କରାଯିବା ବଙ୍ଗୀୟ କବିତାର ସମୃଦ୍ଧ ଐତିହ୍ୟ ପ୍ରତି ଅପମାନ । ପଶ୍ଚିମବଙ୍ଗ କଳା ଓ ସଂସ୍କୃତି ଏବଂ ଶିକ୍ଷାର ମାତ୍ରାଧିକ ରାଜନୀତିକରଣ ହାସ୍ୟାସ୍ପଦ ଶିଖରରେ ପହଞ୍ଚିଛି। କବିତା ରଚନା ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଙ୍ଗଳା ଏକାଡେମି ପୁରସ୍କାର ପ୍ରଦାନ ନିଷ୍ପତ୍ତି ହେଉଛି ସେହି ଦୁର୍ନୀତିର ଅନ୍ୟତମ ଦୃଷ୍ଟାନ୍ତ ମାତ୍ର। ସୁସ୍ଥ ରାଜନୀତି ଏବଂ ବିବେକାନୁମୋଦିତ ଭାବେ ସମାଜକୁ ରାଜନୀତିକରଣରୁ ଦୂରେଇବା ଆବଶ୍ୟକ। ସେ କଥା ଛାଡ଼ନ୍ତୁ।

ମମତା ଯଦି ରାଜନୈତିକ କ୍ୟାରିୟର୍ ବାଛିଲେ ତେବେ ଜଣେ କବି ଅଥବା ଚିତ୍ରକର ହେବା ପାଇଁ ଉଦ୍ୟମ କରିବା ନିର୍ବୋଧତା। ତାଙ୍କ କବିତାକୁ ଯେଉଁମାନେ ପୁରସ୍କାର ପାଇଁ ଅନୁମୋଦନ କଲେ, ତାଙ୍କ କଥା ନ କହିବା ଭଲ ବୋଲି ସେ ଆଉ ଏକ ଟୁଇଟ୍ରେ କହିଛନ୍ତି। ସେପଟେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ କବିତା ପୁସ୍ତକ ‘କବିତା ବିତାନ’ ନିମନ୍ତେ ପୁରସ୍କୃତ କରାଯାଇଛି। ଏଥିରେ ମମତା ପଶ୍ଚିମବଙ୍ଗର ଶ୍ରେଷ୍ଠ ଲେଖକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଚଳିତ ବର୍ଷ ସାହିତ୍ୟ ଏକାଡେମି ଏହି ନୂତନ ପୁରସ୍କାର ଆରମ୍ଭ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।