ପରଲୋକରେ ୟୁଏଇ ରାଷ୍ଟ୍ରପତି; ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରଲୋକରେ ୟୁଏଇ ରାଷ୍ଟ୍ରପତିଜ ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନ। ଆଜି ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ବର୍ଷ ହେଲାଣି ସେ ଅସୁସ୍ଥତା ଯୋଗୁ ଜନମାନସରୁ ଦୂରେଇ ରହିଥିଲେ। ଏବେ ସେ ସମସ୍ତଙ୍କୁ ଛାଡ଼ି ସୁବୁଦିନ ପାଇଁ ଚାଲି ଯାଇଛନ୍ତି। ଏବେ ତାଙ୍କ ଅବର୍ତ୍ତମାନରେ ଅବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ।

ଖଲିଫା ଅସୁସ୍ଥ ଥିବାରୁ ସେ ହିଁ ଦୀର୍ଘ ବର୍ଷ ହେଲାଣି ୟୁଏଇର କମାଣ ସମ୍ଭାଳିଥିଲେ। ରାଷ୍ଟ୍ରପତି ଖଲିଫାଙ୍କ ଦେହାନ୍ତରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ୪୦ ଦିନିଆ ରାଷ୍ଟ୍ର ଶୋକ ଘୋଷଣା କରାଯାଇଛି। ଶୁକ୍ରବାର ଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି। ସେହିପରି ଆଜିଠାରୁ ସବୁ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।

Related Posts