ୟୁଏଇର ନୂତନ ରାଷ୍ଟ୍ରପତି ହେଲେ ଶେଖ ମହମ୍ମଦ ଜାୟଦ ଅଲ ନାହୟାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁଏଇର ନୂତନ ରାଷ୍ଟ୍ରପତି ହେଲେ ଶେଖ ମହମ୍ମଦ ଜାୟଦ ଅଲ ନାହୟାନ । ସେପଟେ ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ଶୁକ୍ରବାର ନିଧନ ହେବା ପରେ ଖାଲି ପଡ଼ିଥିଲା । ତେବେ ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ୟୁଏଇର ପରବର୍ତ୍ତି ରାଷ୍ଟ୍ରପତି ହେବେ । ଏନେଇ ଖଲଜୀ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗତକାଲି ୟୁଏଇର ରାଷ୍ଟ୍ରପତି ଏବଂ ଆବୁ ଧାବିର ଶାସକ ହିଜ ହାଇନେସ ଶେଖ ଖଲିଫା ବିନ ଜୟାଦ ଅଲ ନାହୟାନଙ୍କ ନିଧନ ହୋଇଥିଲା। ୟୁଏଇର ରାଷ୍ଟ୍ରପତି ମାମଲାର ମନ୍ତ୍ରଣାଳୟ ଦୁଃଖ ପ୍ରକାଶ କରିବା ସହ ୪୦ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ।

ଏହାସହ ୩ ଦିନ ଯାଏ ସବୁ ସରକାରୀ ମନ୍ତ୍ରଣାଳୟ ଏବଂ ଘରୋଇ ଉଦ୍ୟୋଗରେ କାମ ବନ୍ଦ ରହିବ।ଆଜି ଦିଗଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଭାରତରେ ଦିନିକିଆ ରାଜକୀୟ ଶୋକ ପାଳନ କରାଯାଉଛି। ନିର୍ଦ୍ଦେଶ ଅନୁସାରେ, ସମସ୍ତ ସରକାରୀ ବିଲ୍ଡିଂରେ ରାଷ୍ଟ୍ରୀୟ ପତାକାକୁ ଅର୍ଧନମ୍ମିତ କରାଯାଇଛି ଏହାସହ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର‌୍ୟ୍ୟକ୍ରମର ଆୟୋଜନା କରାଯିବ ନାହିଁ ବୋଲି ସୂଚନା ମିଳିଛି ।

Related Posts