ଭୁଶୁଡି ପଡ଼ିଲା ନବନିର୍ମିତ ମେଘାଳୟ ବିଧାନସଭା ଭବନର ବିରାଟ ଗମ୍ବୁଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁଶୁଡି ପଡ଼ିଲା ନବନିର୍ମିତ ମେଘାଳୟ ବିଧାନସଭା ଭବନର ବିରାଟ ଗମ୍ବୁଜ । ହେଲେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ରବିବାର ବିଧାନସଭାର ଅଧିକାରୀମାନେ କହିଛନ୍ତି। ଉତ୍ତରପ୍ରଦେଶ ସ୍ଥିତ ୟୁପିଏନଆରଏନଏଲ ଦ୍ୱାରା ୧୭୭.୭ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ ହୋଇଥିବା ମେଘାଳୟ ବିୀଧାନସଭା ଭବନର ଏକ ୭୦ ଟନ୍ ଓଜନ ବିଶିଷ୍ଟ ଇସ୍ପାତ ଗମ୍ବୁଜ ଶନିବାର ରାତି ପ୍ରାୟ ୧୨ଟା ୩୦ ସମୟରେ ଭୁଶୁଡି ପଡିଥିଲା ବୋଲି ଅଧିକାରମାନେ କହିଛନ୍ତି।

ଏହି ନିର୍ମାଣ କାର‌୍ୟ୍ୟର ତଦାରଖ କରୁଥିବା ରାଜ୍ୟ ପିଡବ୍ଲ୍ୟୁଡି ବିଭାଗର ଜଣେ କାର‌୍ୟ୍ୟନିର୍ବାହୀ ଇଞ୍ଜିନିୟରଙ୍କ ଅନୁଯାୟୀ, ଏକ ଡିଜାଇନ୍ ଜନିତ ତ୍ରୁଟି ପାଇଁ ନବ ନର୍ମିତ ଏହି ଇସ୍ପାତ ଗମ୍ବୁଜଟି ଭୁଶୁଡ଼ି ପଡ଼ିଛି। ଷ୍ଟିଲ୍ ଗମ୍ବୁଜର ଓଜନ ବୋଧହୁଏ ସ୍ତମ୍ଭ ଏବଂ ବିମ୍ ବହନ କରିବା କ୍ଷମତା ଠାରୁ ଅତ୍ୟଧିକ ଥିଲା ଏବଂ ଯାହାର ଫଳସ୍ୱରୂପ ସମଗ୍ର ନବ ନିର୍ମିତ ଅଂଶଟି ତଳକୁ ଖସି ପଡ଼ିିଥିଲା ବୋଲି ପିଡବ୍ଲ୍ୟୁଡିର କାର‌୍ୟ୍ୟନିର୍ବାହୀ ଇଞ୍ଜିନିୟର ରାନସମ ସୁଟ୍‌ଙ୍ଗା କହିଛନ୍ତି। କୋଠାର ଭୁଶୁଡ଼ି ପଡ଼ିଥିବା ଅଞ୍ଚଳକୁ ସଫା କରିବାକୁ ଆଉ ଦୁଇ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts