ଗ୍ୟାସ ସିଲିଣ୍ତର ଫାଟି ବିସ୍ଫୋରଣ ହେବାରୁ ଭୁଶୁଡିଲା ଛାତ: ଚାଲିଗଲା ୪ ଜୀବନ

ଅମରାବତୀ: ଫାଟିଗଲା ଗ୍ୟାସ ସିଲିଣ୍ତର | ଫଳରେ ଏହି ଅଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଦୁଖଦ ଘଟଣା ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ମୁଲାଖାଲେନ୍ଦୁ ଗାଁରେ ଘଟିଛି | ଗ୍ୟାସ ସିଲିଣ୍ତର ଫାଟି ବିସ୍ଫୋରଣ ହେବାରୁ ଛାତ ଭୁଶୁଡିପଡିଥିଲା |

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶ ଅନନ୍ତପୁର ଜିଲ୍ଲାର ମୁଲାଖାଲେନ୍ଦୁ ଗାଁରେ ଆଜି ସକାଳେ ଏ ଅଘଟଣ ଘଟିଛି । ଗାଁ ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣରୁ ଗ୍ୟାସ ସିଲିଣ୍ତର ବିସ୍ଫୋରଣ ହୋଇଥିଲା । ଏଥିରେ ଘରର କାନ୍ଥ ଫାଟି ପଡିଯିବାରୁ ପଡୋଶୀ ଘରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Related Posts