ରାଜନୀତି କରିବାକୁ ଚାହୁଁଛନ୍ତି ତେବେ ଲୋକଙ୍କ ନିକଟକୁ ଯିବା ଅତ୍ୟନ୍ତ ଜରୁରୀ ଅଟେ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନଯାତ୍ରା କରିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଜ୍ଝ ସେପଟେ ଏପରି କରି ସେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡି ହୋଇପାରିବେ ଏବଂ ସେମାନଙ୍କ ସମସ୍ୟା ମଧ୍ୟ ଶୁଣିବେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆପରେ ମିଶିବା ନେଇ ମଧ୍ୟ ପ୍ରଶାନ୍ତ କିଶୋର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ସହ କାମ କରିଥିଲି। ଏବଂ ମୁଁ ଆପରେ ମିଶିବା ନେଇ ମଧ୍ୟ ଚିନ୍ତା କରିଥିଲି । କିନ୍ତୁ ଯେ କୌଣସି ପାର୍ଟୀକୁ ଯିବା ପୂର୍ବରୁ ସେଠାରେ ଉପଲବ୍ଧ ସମ୍ଭାବନା ବିଷୟରେ ପ୍ରଥମେ ଜାଣିବା ଦରକାର । ଯେତେବେଳେ ପାର୍ଟି ପାଇଁ ବିଶ୍ୱାସ ଆସିଯିବ, ସେତେବେଳେ ହିଁ ପାର୍ଟିରେ ସାମିଲ ହେବା ଦରକାର । ମୁଁ ସେଠାରେ ଏହିପରି କିଛି ଦେଖିନଥିଲି ତେଣୁ ସେହି ପାର୍ଟୀ ସହିତ ଯାଇନଥିଲି ବୋଲି କହିଛନ୍ତି ।

ଏହା ସହ ନିଜର ଜନ ସମ୍ପର୍କ ଯାତ୍ରାକୁ ନେଇ ମଧ୍ୟ ସେ ବଡ଼ ବୟାନ ଦେଇଛନ୍ତି । ତେବେ ସେ ପ୍ରମୁଖ ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ । ‘ଜନସମ୍ପର୍କ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯଦି ଆପଣ ରାଜନୀତି କରିବାକୁ ଚାହୁଁଛନ୍ତି ତେବେ ଲୋକଙ୍କ ମଧ୍ୟରେ ଯିବା ଅତ୍ୟନ୍ତ ଜରୁରୀ ଅଟେ। ଯାହାଙ୍କ ମାଧ୍ୟମରେ ଆପଣ ଜନସାଧାରଣଙ୍କୁ ଭେଟନ୍ତି, ଏହା ଆପଣଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ ବୋଲି ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts