ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୁର୍କୀ ଫେରାଇ ଦେଇଥିବା ଭାରତୀୟ ଗହମକୁ କିିଣିଲା ଇଜିପ୍ଟ । ସେପଟେ ପ୍ରଥମେ ଇଜିପ୍ଟ ଭାରତୀୟ ଗହମ ନେବାକୁ ମନା କରିଦେଇଥିବା ବେଳେ ଏବେ ସବୁ ପ୍ରକାରର ପରୀକ୍ଷା କରି ଗହମକୁ କିଣିଥିବାର ସୂଚନା ମିଳିଛି । ପ୍ରାୟ ୫୫ହଜାର ଟନର ଗହମ କିଣିଛି ଇଜିପ୍ଟ।ଇଜିପ୍ଟର ଆଲେକ୍ସଜାଣ୍ଡରିଆ ବନ୍ଦରରେ ୫୫ହଜାର ଟନର ଗହମ ପହଞ୍ଚିବା ପରେ ଏହାର ପରୀକ୍ଷା କରାଯାଇଥିଲା ଏବଂ ସବୁ ମାନଦଣ୍ଡ ପୂରଣ କରିବା ପରେ ଏହାକୁ ଗ୍ରହଣ କରିଥିଲା ଇଜିପ୍ଟ। କେବଳ ଏତିକି ନୁହେଁ ବରଂ ଭାରତ ପଠାଇଥିବା ଗହମର ଗୁଣକୁ ଇଜିପ୍ଟ ପ୍ରଶଂସା କରିଛି। ଗତ କିଛି ଦିନ ହେବ ଭାରତୀୟ ଗହମକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ନିକଟରେ ତୁର୍କୀ ଭାରତୀୟ ଗହମକୁ ଫେରାଇ ଦେବା ସହ ଗହମରେ ରୁବେଲା ଭୂତାଣୁ ଥିବା କହିଥିଲା।

ପରେ ଏହି ଗହମକୁ ଇଜିପ୍ଟ ପଠାଇବାକୁ ଭାରତ ନିଷ୍ପତ୍ତି ନେଇଥିଲା । କିନ୍ତୁ ଇଜିପ୍ଟ ମନା କରିବାପରେ ଭାରତ ଚିନ୍ତାରେ ପଡ଼ିଯାଇଥିଲା । ହେଲେ ତୁର୍କୀରୁ ଆସିବା ପରେ ଏବେ ସେହି ଗହମକୁ ସବୁ ପ୍ରକାରର ପରୀକ୍ଷା ପରେ କିଣିଛି ଇଜିପ୍ଟ। ଅନ୍ୟପଟେ ଇଜିପ୍ଟ ବଜାରରେ ଗହମ ବିକ୍ରି କରିବା ସବୁଠାରୁ କଷ୍ଟକର। କାରଣ ଇଜିପ୍ଟ ପାଖରେ ଗହମ ବିକ୍ରି ପାଇଁ ଏକ ବଡ଼ ବଜାର ରହିଥିବା ବେଳେ ଏହାର ଗହମର ମାନକୁ ଅଧିକ ଗରୁତ୍ବ ଦେଇଥାଏ। ଏଭଳି ସ୍ଥିତିରେ ଭାରତୀୟ ଗହମକୁ ଇଜିପ୍ଟ ଗ୍ରହଣ କରିବାଟା ତୁର୍କୀ ପାଇଁ ଏକ ବଡ ଝଟକା ସାବ୍ୟସ୍ତ ହୋଇପାରେ ବୋଲି ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।