ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦରେ ଗାଳି ଅଭିଯୋଗରେ ନାଗପୁର କଂଗ୍ରେସ ନେତାଙ୍କ ବିରୁଦ୍ଧରେ ମାମଲା ଦର୍ଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦରେ ଗାଳି ଅଭିଯୋଗରେ ନାଗପୁର କଂଗ୍ରେସ ନେତାଙ୍କ ବିରୁଦ୍ଧରେ ମାମଲା ଦର୍ଜ । ତେବେ ଜୁନ୍ ୧୩ ରେ ନାଗପୁରର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ କାର‌୍ୟ୍ୟାଳୟ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସର ପୂର୍ବତନ ସଭାପତି ଶେଖ ହୁସେନ୍ ଏପରି ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଛି । ସେପଟେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କୁ ସମର୍ଥନ କରିବା ପାଇଁ ଏହି ବିରୋଧ କରାଯାଇଥିଲା। ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ନେତାଙ୍କ ଅଭିଯୋଗ ଆଧାରରେ ହୁସେନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪ (ଅଶ୍ଳୀଳ କାର‌୍ୟ୍ୟ ଏବଂ ଗୀତ) ଏବଂ ୫୦୪ (ଶାନ୍ତି ଉଲ୍ଲଂଘନ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଅନୁଯାୟୀ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇ ନାହିଁ । ତେବେ ହୁସେନ୍ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପମାନଜନକ କଥା କହି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କ୍ଷମା ମାଗିବେ ନାହିଁ । ଏପରିକି କୌଣସି ପରିଣାମର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ବ୍ୟକ୍ତିଗତ ଆକ୍ରମଣ କରି ନାହିଁ ବୋଲି ହୁସେନ୍ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ମୁଁ କେବଳ ମୋ ଭାଷଣରେ ଏକ ମୂର୍ଖ ଶବ୍ଦ ବ୍ୟବହାର କରିଥିଲି । ମୁଁ ଦଳ ସପକ୍ଷରେ କହିଥିଲି। ମୁଁ କ୍ଷମା ମାଗିବା ଆବଶ୍ୟକ କରୁଥିବା କିଛି କହି ଶବ୍ଦ ନାହିଁ। ତେବେ ହୁସେନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ କଂଗ୍ରେସ ନାପସନ୍ଦ କରିଛି। ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଣ୍ଡେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତି କୌଣସି ଅସମ୍ମାନକୁ କଂଗ୍ରେସ ସମର୍ଥନ କରେ ନାହିଁ। “ପ୍ରତ୍ୟେକ ସାମ୍ବିଧାନିକ ପଦବୀ ଏବଂ ସେହି ପଦବୀରେ ଥିବା ବ୍ୟକ୍ତିଙ୍କୁ ସଠିକ୍ ଭାବରେ ସମ୍ବୋଧିତ କରାଯିବା ଉଚିତ୍। ଅଶ୍ଳୀଳ ଶବ୍ଦର ବ୍ୟବହାର ଦଳ ପାଇଁ ଗ୍ରହଣୀୟ ନୁହେଁ। ସେପଟେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଏଭଳି ମନ୍ତବ୍ୟ କଂଗ୍ରେସର ମାନସିକତାକୁ ପ୍ରତିଫଳିତ କରୁଛି। ଏହା ସହ ଠାକୁର କହିଛନ୍ତି ଯେ, ରାଜନୀତିରେ ଜଣେ ନିଜର ମତ ପ୍ରକାଶ କରିପାରନ୍ତି ହେଲେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ। ଲୋକମାନେ ମୋଦିଙ୍କୁ ଦୁଇଥର ପ୍ରଧାନମନ୍ତ୍ରୀ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts